STORYMIRROR

Satyabati Swain

Others

3  

Satyabati Swain

Others

ଅଭାବ ତାତି

ଅଭାବ ତାତି

1 min
289


ମୋ ଝାଲୁଆ ଗନ୍ଧ

ନୁଖୁରା ଚୁଟି

କଙ୍କାଳ ଛାତି

ଶିଝିଲା ଚମଡା ଦିହ ବେପଥୁ

ଶିରାଳ ଟାଣ ହାତ ନକ୍ସା

ଅୟୁତ ଶୋଷ ଆଖି ବହି

ମଇଳା ଫୁରୁକୁଟିଆ ଦାଗ

ବେଶ ପୋଷାକର ଲୋଚା କୋଚା ପେଣ୍ଟି

ଫଟା ଚପଲର ଥକା ପଣ ଦେଖିଛ ।


ଦେଖିଛ କେବେ

ମୋ ଜୀବନ

ଜୀଇଁବା

ଅଭାବ ତାତି..

ମୋ ଘରେ

ବାହାରେ ବି

ସେ ତାତିରେ

କେମିତି ଆଉଟି ଯାଆନ୍ତି

ମୋ ସ୍ବପ୍ନ !

ଶୁଣିଛ..

ମୋ

ତେଲଲୁଣ

ଡବାର ଖାଲି

ଟୁଣ୍ ଟାଣ୍ ଶବ୍ଦ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍