ଅଭାବ ତାତି
ଅଭାବ ତାତି
1 min
285
ମୋ ଝାଲୁଆ ଗନ୍ଧ
ନୁଖୁରା ଚୁଟି
କଙ୍କାଳ ଛାତି
ଶିଝିଲା ଚମଡା ଦିହ ବେପଥୁ
ଶିରାଳ ଟାଣ ହାତ ନକ୍ସା
ଅୟୁତ ଶୋଷ ଆଖି ବହି
ମଇଳା ଫୁରୁକୁଟିଆ ଦାଗ
ବେଶ ପୋଷାକର ଲୋଚା କୋଚା ପେଣ୍ଟି
ଫଟା ଚପଲର ଥକା ପଣ ଦେଖିଛ ।
ଦେଖିଛ କେବେ
ମୋ ଜୀବନ
ଜୀଇଁବା
ଅଭାବ ତାତି..
ମୋ ଘରେ
ବାହାରେ ବି
ସେ ତାତିରେ
କେମିତି ଆଉଟି ଯାଆନ୍ତି
ମୋ ସ୍ବପ୍ନ !
ଶୁଣିଛ..
ମୋ
ତେଲଲୁଣ
ଡବାର ଖାଲି
ଟୁଣ୍ ଟାଣ୍ ଶବ୍ଦ।।
