ଆୟୁଷର ରଙ୍ଗିନ୍ ଗୋ ସଙ୍ଗ ତୁମ ମନ୍ଦ ନୁହେଁ
ଆୟୁଷର ରଙ୍ଗିନ୍ ଗୋ ସଙ୍ଗ ତୁମ ମନ୍ଦ ନୁହେଁ


ଆୟୁଷର ରଙ୍ଗିନ୍ ଗୋ ସଙ୍ଗ ତୁମ ମନ୍ଦ ନୁହେଁ
ପୀୟୁଷର ନାଲି ଓଠ ଢଙ୍ଗ ତୁମ ମନ୍ଦ ନୁହେଁ
.......ମନ୍ଦ ନୁହେଁ..... ମନ୍ଦ ନୁହେଁ..... ମନ୍ଦ ନୁହେଁ ! ୦ !
କେତେବେଳେ ଇନ୍ଦ୍ରଧନୁ ଆକାଶର ରଙ୍ଗ
ସପନର ଲୁହ ପୋଛି କେବେ ଆଶା ଭଙ୍ଗ,
ସହରର ଆଲୋକରେ ଟିକେ ହାସ୍ୟ ଖେଳ
ଯାତନାର ଜଉଘରେ କେବେ ନିଆଁ ଗୋଳ,
ଚିହ୍ନିବାକୁ ଅଭିସାର ଜଣାନାହିଁ ମୁହେଁ
........ଆୟୁଷର ରଙ୍ଗିନ୍ ଗୋ
ସଙ୍ଗ ତୁମ ମନ୍ଦ ନୁହେଁ
.......ମନ୍ଦ ନୁହେଁ..... ମନ୍ଦ ନୁହେଁ..... ମନ୍ଦ ନୁହେଁ ! ୧ !
ତୁମେ କେବେ ଆହ୍ଲାଦିନୀ ସାଜ ପ୍ରାଣ ପ୍ରିୟା
ତୁମେ ପୁଣି ମାୟାବିନୀ ରାଜ୍ ମୋହ କାୟା,
କ୍ଷଣେ ହୁଅ ଖୋଲା ବହି ଭାବ ମନ ପୃଷ୍ଠା
କିବା ପୁଣି ଲିଭିଯାଅ ପାଣିଗାର ନିଷ୍ଠା,
ଗଭୀରତା ଜଣାନାହିଁ କେତେ ଅଛ ସ୍ନେହେ
........ଆୟୁଷର ରଙ୍ଗିନ୍ ଗୋ
ସଙ୍ଗ ତୁମ ମନ୍ଦ ନୁହେଁ
.......ମନ୍ଦ ନୁହେଁ..... ମନ୍ଦ ନୁହେଁ..... ମନ୍ଦ ନୁହେଁ ! ୨ !