STORYMIRROR

Sandhyarani dash

Others

4  

Sandhyarani dash

Others

ଆୟୁଷ୍ମାନ

ଆୟୁଷ୍ମାନ

1 min
107

ତୋର ଆଗମନ ଗୀତର ଝଙ୍କାର

ପୁରିଲା ଏ ତନୁ ମନ,

ସଭିଙ୍କ ପାଖରେ ଆଦର ପାଉଥା

ସବୁଠୁ ତୁ ମୂଲ୍ୟବାନ।

ତୃପ୍ତିର ତାଳରେ ପୁରି ଯାଏ ମନ

ଖୁସିରେ ସର୍ବେ ଅଧୀର

ପ୍ରାପ୍ତିର ଆନନ୍ଦେ ମନ ଉନ୍ମାଦନା

ଲାଗେ କି ପାଦେ ଘୁଙ୍ଗୁର।

ଦରୋଟି ହସରେ ପେଟ ପୁରି ଯାଏ

ମନେ ଆଣେ ନୂଆ ଖୁସି

କୋମଳ ଛୁଆରେଁ ମନେ ଶିହରଣ

ହୃଦୟ ଉଠାଇ ହସି।

ଅସୁସ୍ଥତା ହେଲେ ମ ନେ ଆସେ ଦୁଃଖ

ଛାତିରେ ଭୟ କମ୍ପନ

ଯତ୍ନରେ ଗଢିଛି ବିହି ତାକୁ ସତେ

ସବୁଠାରୁ ମୂଲ୍ୟବାନ।

ତାର କୁନି ହାତ ବେକକୁ ମୋହର

ଯେବେ ଦେଇ ଥାଏ ଛନ୍ଦି

ତା ପରଶ ପାଇ ମନ ଉତ୍ଫୁଲିତ

ଖୁସିରେ ପକାଏ କାନ୍ଦି।

ସର୍ବ ଶକ୍ତିମାନ ହୋଇ ରହି ଥାଉ

ନ ଆସୁ ଦୁଃଖ ଜୀବନେ

ଜନ୍ମରୁ ଏ ଯାଏ ଜଗି ରହିଛନ୍ତି

ତୋର ଗୁରୁଜନମାନେ।

କାହାର ଲୋଲୁପ ନଜର ନ ପଡୁ

ଭରି ଯାଉ ଧନ ଜ୍ଞାନ

ପୂଜା ଅରଚନା କରୁ ଅଛୁ ସର୍ବେ

ହୋଇ ଥାଅ ଆୟୁଷ୍ମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍