ଆୟୁଷ୍ମାନ
ଆୟୁଷ୍ମାନ
ତୋର ଆଗମନ ଗୀତର ଝଙ୍କାର
ପୁରିଲା ଏ ତନୁ ମନ,
ସଭିଙ୍କ ପାଖରେ ଆଦର ପାଉଥା
ସବୁଠୁ ତୁ ମୂଲ୍ୟବାନ।
ତୃପ୍ତିର ତାଳରେ ପୁରି ଯାଏ ମନ
ଖୁସିରେ ସର୍ବେ ଅଧୀର
ପ୍ରାପ୍ତିର ଆନନ୍ଦେ ମନ ଉନ୍ମାଦନା
ଲାଗେ କି ପାଦେ ଘୁଙ୍ଗୁର।
ଦରୋଟି ହସରେ ପେଟ ପୁରି ଯାଏ
ମନେ ଆଣେ ନୂଆ ଖୁସି
କୋମଳ ଛୁଆରେଁ ମନେ ଶିହରଣ
ହୃଦୟ ଉଠାଇ ହସି।
ଅସୁସ୍ଥତା ହେଲେ ମ ନେ ଆସେ ଦୁଃଖ
ଛାତିରେ ଭୟ କମ୍ପନ
ଯତ୍ନରେ ଗଢିଛି ବିହି ତାକୁ ସତେ
ସବୁଠାରୁ ମୂଲ୍ୟବାନ।
ତାର କୁନି ହାତ ବେକକୁ ମୋହର
ଯେବେ ଦେଇ ଥାଏ ଛନ୍ଦି
ତା ପରଶ ପାଇ ମନ ଉତ୍ଫୁଲିତ
ଖୁସିରେ ପକାଏ କାନ୍ଦି।
ସର୍ବ ଶକ୍ତିମାନ ହୋଇ ରହି ଥାଉ
ନ ଆସୁ ଦୁଃଖ ଜୀବନେ
ଜନ୍ମରୁ ଏ ଯାଏ ଜଗି ରହିଛନ୍ତି
ତୋର ଗୁରୁଜନମାନେ।
କାହାର ଲୋଲୁପ ନଜର ନ ପଡୁ
ଭରି ଯାଉ ଧନ ଜ୍ଞାନ
ପୂଜା ଅରଚନା କରୁ ଅଛୁ ସର୍ବେ
ହୋଇ ଥାଅ ଆୟୁଷ୍ମାନ।
