STORYMIRROR

Durjyodhan Barik

Others

4  

Durjyodhan Barik

Others

ଆଉଥରେ ଫେରିଆସ

ଆଉଥରେ ଫେରିଆସ

1 min
240


ସିଂହ ବାହିତନୀ ମା ମହିଁଷା ମର୍ଦିନୀ

ଧରା ପୃଷ୍ଠେ ଆସି ଥିଲୁ,

କଅଣ ଦେଖିଲୁ  କଅଣ ବୁଝିଲୁ

କିବା ଆଶୀର୍ବାଦ ଦେଲୁ ।

ଆଜି ଧରା ପୃଷ୍ଠେ କେତେଯେ ମହିଁଷା

ବିଶ୍ଵ ଟିରେ ସ୍ଥାନ ପାଇ,

କରନ୍ତି ଉତ୍ପାତ    କରି ଆତ୍ମସାତ

ବିଶ୍ଵକୁ ଦିଅନ୍ତି ଖାଇ ।

ତାଙ୍କ ଉତ୍ପାତ ରେ ପୀଡ଼ିତ ଧରଣୀ

ଜନେ ହୋନ୍ତି ଥରହର,

ନାଶିଲୁ କି ତାଙ୍କ ପ୍ରକୃତି ପ୍ରବୃତ୍ତି

ଫେରି ଗଲୁ ନିଜ ପୁର ।

ଭକ୍ତି ଭାବ ତାଙ୍କ  ପାଖରେ ନଥାଏ

ନିଜ ସ୍ଵାର୍ଥ ପାଇଁ ଆଶ,

ଜାତି ଓ ଧର୍ମର ଦ୍ୱାହି ଦେଇ ସିଏ

କରୁଥାନ୍ତି ସର୍ବନାଶ ।

କାଗଜ ପତ୍ରରେ   ଚୋରି କରୁଛନ୍ତି

କେହି ନ ପାରନ୍ତି ଜାଣି,

ଚୋର ଡକାୟତ ଆତଙ୍କ ବାଦୀଙ୍କ

ସାଙ୍ଗରେ ଥାଆନ୍ତି ପୁଣି ।

ଯଦି ନାଶି ନାହୁଁ  ତାଙ୍କର ପ୍ରବୃତ୍ତି

ଆଉଥରେ ଫେରି ଆସି,

ଫେରିବୁ ସ୍ଵ ପୁରେ  ଉଶ୍ବାସି ଧରାକୁ

ସେହି ଦୁଷ୍ଟ ଜନେ ନାଶି ।



Rate this content
Log in