STORYMIRROR

Shiba Charan Mahapatra

Others

2  

Shiba Charan Mahapatra

Others

ଆଉଥରେ ଆସ ବୀର ସୁଭାଷ

ଆଉଥରେ ଆସ ବୀର ସୁଭାଷ

2 mins
267


🙏ଆଉଥରେ ଆସ ବୀର ସୁଭାଷ 🙏
__________________________
ନା..
ସଭିଙ୍କ ପରି ସାଜିପାରିବିନି ମୁଁ ରଙ୍ଗ ମଖା ମିଛ ମଣିଷ..
ଗୋଟିଏ ଦିନ ପାଇଁ ପୁଷ୍ପମାଳା ଦେଇ କରିପାରିବିନି
ନିଜ ପାଖେ ନିଜକୁ ଉପହାସ...
ହେ ବୀରଭୂମି ର ବୀରପୁତ୍ର ସୁଭାଷ ..
ତୁମେ ଅକ୍ଷୟ ତୁମେ ଅଜେୟ ତୁମେ ଜୀବନ୍ତ ମହାପୁରୁଷ...
ସେଇ ମାଟି -ସେଇ ପାଣି- ସେଇ ପବନ- ସେଇ ଆକାଶ...
ସେଇ ଶିକ୍ଷା -ସେଇ ଦୀକ୍ଷା -ସେଇ ରାଣନୀୟମ ର ନାଗଫାଶ...
ତଥାପି...
କାଇଁ ଏକ ମନ୍ତ୍ରେ ବାନ୍ଧି ରଖିବାକୁ ଅକ୍ଷମ - ଅପାରଗ ସାଜେ
ସ୍ମୃତି ର ସେ ଅମଳିନ ଇତିହାସ... ??

ହେ ବୀରଭୂମି ର ବରପୁତ୍ର ନେତାଜୀ ସୁଭାଷ ...
ଗର୍ବିତ ଆମେ ତୁମ ପାଇଁ ; ତୁମ ଉତର ଦାୟାଦ ପରିଚୟ ନେଇ..
ତୁମେ କହିଥିଲ -"ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି "
ହେଲେ ଦେଖିଯାଅ ଥରେ..
ପଦ ପଦବୀ ର କପଟ ପଶାକାଠି ଖେଳରେ
ଶତ ପୁତ୍ର ମତ୍ତ କିପରି ...
ନାନା ରୂପ ନାନା ବେଶ ଧରି ...
ପ୍ରତି ମନେ ଜେନେରାଲ୍ ଡାୟାର ର ଔଦ୍ଧତପଣ..
ପ୍ରତି ପ୍ରାଣେ ଇଂରେଜ ହେବାର ଭରପୁର ଗୁଣ...
ଠେଲା ପେଲା ହେଇ ଦୌଡ ଚାଲିଛି
ସ୍ୱାର୍ଥପରତା ର ନିଆଁ ବାଣ...

ସ୍ୱାଧୀନ ଆମେ ସବୁ ଭାରତୀୟ..!!..??

ହେ ଦିପ୍ତିମନ୍ତ ବ୍ୟକ୍ତିତ୍ୱ ସୁଭାଷ...
ଆଜି ଭିତରେ ବହୁଛି ଲୁହ ର ନଇ
ହେଲେ ବାହାରେ ଫୁଟଇ ହସ..
ମହାକାଳ ଫଳ ଭାରି ସୁନ୍ଦର - ରୂପ ଅଛି ଏଠି ନାହିଁ ସୁବାସ..
ହେ କୀର୍ତ୍ତିମାନ ବୀର ପୁରୁଷ ...
ଶତ ପୁତ୍ର ଙ୍କ ମାନ ଭାଙ୍ଗିବାକୁ -
ଆଉଥରେ ତୁମେ ଅବତରି ଆସ...
ସିଖେଇ ଯାଅ ...
କିପରି ତୁମ ବାକ୍ୟ ଧ୍ୱନୀ ଖଡ୍ଗ ଧାରେ
ଛିଣ୍ଡି ପଡୁଥିଲା ଭୟ ଆଭାସ ..
ଟକମକ ହୋଇ ଫୁଟି ଉଠୁଥିଲା
ବୀର ସୈନିକ ର ଲହୁ ଅବଶେଷ ...
" ଦିଲ୍ଲୀ ଚଲ୍ଲୋ " ଆତସବାଜିରେ
ପ୍ରକମ୍ପିତ ଥିଲା ସାରା ଆକାଶ...

ହେ କଳିଙ୍ଗ ମାଟିର ଉଦୀୟମାନ ସୂର୍ଯ୍ୟ ସୁଭାଷ...
ଗଗନ ପବନ ଲୁଚକାଳି ଖେଳେ
ଲୁଚି ଗଲା କାହିଁ ତୁମ ଆୟୁଷ ...??
ଥରୁଟିଏ ଆସି ଗଢିଦେଇଯାଅ
ମାଟି କଣ୍ଢେଇ ରୁ ସତ ମଣିଷ ..
ପ୍ରତିକ୍ଷଣ..
ତୁମ ପାଦେ ନତଶିର ମୋର ଦେଇଯାଅ ଆସି ଶୁଭ ଆଶିଷ ...


Rate this content
Log in