STORYMIRROR

Alhadini Panigrahi dash

Others

3  

Alhadini Panigrahi dash

Others

ଆଉ କର ନାହିଁ ହେଳା

ଆଉ କର ନାହିଁ ହେଳା

1 min
128

ପଞ୍ଚ ତତ୍ତ୍ବେ ଗଢା ଆମ ଏ ଶରୀର

ସବୁ ପ୍ରକ୍ରୁତି ର ଦାନ

ପଶ୍,ପକ୍ଷୀ,ଜୀବ ଏ ସବୁ ଜଗତ

ଅଟନ୍ତି ତାଙ୍କ ସନ୍ତାନ (୧)


ପ୍ରୁଥିବୀର ହାତ ଧାରଣ

କରିଛି

ଜୀବ,ଜନ୍ତୁ ଗଛଲତା

ଆକାଶର ହାତୁ କିରଣ

ଝରନ୍ତି

 ହୋଇ ଚନ୍ଦ୍ର, ସୂର୍ଯ୍ୟ, ତାରା (୨)


ସବୁଜ ପାଦପ ଦିଏ

ଅମ୍ଳଜାନ

 ବଞ୍ଚାଏ ମନୂଷ୍ୟ ପ୍ରାଣ

ଝରଣାର ଜଳ ଅତି ସୁଶିତଳ

 ତ୍ରୁଷ୍ନା କରେ ନିବାରଣ (୩)


ଜଙ୍ଗଲ ରୁ ଫଳ କ୍ଷେତରୁ

ଫସଲ

 ଯୋଗାଡେ ନର ଆହାର

ଫୁଲ ର ସୌନ୍ଦର୍ଯ୍ୟ

ବାସ୍ନା ଆହରଣ

 ମନ ହୁଏ ପ୍ରଫୁଲ୍ଲିତ (୪)


ପତ୍ର,ଫୁଲ,ଛେଲି ହୁଏ ଦରକାରୀ

 ଔଷଧ ତିଆରି ପାଇଁ

ଜଗତବାସୀ ପାଇଁ ପ୍ରକ୍ରୁତି

ରଖିଛି

 ସବୁ ସୁବିଧା ସଜାଇ (୫)


ତଥାପି ମନୁଷ୍ୟ ବୁଝି ତ

ପାରେନା

 ପ୍ରକୃତିକୁ ଧ୍ବଂସ କରେ,

ସବୁଜ ଜଂଗଲ ଧ୍ବଂସ କରି

ସେଯେ

 କଂକ୍ରିଟ ଜଙ୍ଗଲ ଗଢେ(୬)


ନିଜ ବୁଦ୍ଧିମତ୍ତା

ପ୍ରମାଣ ଦେବାକୁ

 ହୁଏ ନିଜେ ବୁଦ୍ଧିବଣା,

କଳ ,କାରଖାନା ବିଷାକ୍ତ ଧୁଆଁରେ

ଉଡାଇ ଧରେ ପତାକା (୭)


ନାଳ ପାଣି ପଶେ ଝରଣା ଜଳରେ

 ପାଣି ହୁଏ ବିଷ ଯୁକ୍ତ,

ଜଳ,ସ୍ଥଳ ,ନଭ ସବୁ ଘାଣ୍ଟି ଦେଇ

 ( ନର)ପ୍ରକୃତି କରେ ଦୂଷିତ (୮)


ପ୍ରକୃତି ମାତା ବି କେତେ

ବା ସହିବ

 ସନ୍ତାନର ଅତ୍ୟାଚାର

ମନୁଷ୍ୟକୁ ଅବା ଚେତାଇ

ଦେବାକୁ

 ପଠାଏ ଅନେକ ଚର (୯)


କେବେ ମହାବାତ୍ୟା କେବେ

ହୁଡ୍ ହୁଡ୍

 କେବେ ଆସେ ଫାଇଲିନ୍

ଏବେ ପୁଣି ଆସି ଫୋନି ନାଁ

ଧରି

 କଲା ସବୁ ସର୍ବନାଶ (୧୦)


ଆସିଗଲା ଦିନ ସଚେତନ ହୁଅ

 ଆଉ କର ନାହିଁ ହେଳା

ଜଙ୍ଗଲ ଲଗାଅ ଜଗତ ବଂଚାଅ

 ନ ହେଲେ ବୁଡିବ ଭେଳା(୧୧)

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍