Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Rashmita Panigrahi

Others

3  

Dr Rashmita Panigrahi

Others

ଆଉ କିଛି ଲୋଡା ନାହିଁ

ଆଉ କିଛି ଲୋଡା ନାହିଁ

1 min
11.9K


ଆଉ କିଛି ଲୋଡ଼ା ନାହିଁ 

ତୁମେ ମାତାପିତା 

ମୋର ପ୍ରଥମ ଦେବତା 

ତୁମେ ମୋର ଭଗବାନ, 

ତୁମରି ସ୍ପର୍ଶରେ 

ପାଇଲି ଜୀବନ 

ଖୁସିରେ ନାଚିଲା ମନ l 


ଏଇ ମର୍ତ୍ତ୍ୟଭୂମି 

ହୋଇଲା ମୋ ସ୍ୱର୍ଗ 

ତୁମ ସାଥେ ଥିଲେ ରହି 

ମୋ ଦେହ ମନରେ 

ଦିବ୍ୟତ୍ବ ଭରିଲା 

ତୁମରି ଆଶିଷ ପାଇ l 


ବିରାଟ ସଂସାରେ 

ନିର୍ଭୟେ ଚାଲିବି 

ତୁମରି ଶିକ୍ଷାରେ ମୁହିଁ, 

ଆଜ୍ଞାନ ତମସା 

ଦୂର ହେବ ମୋର 

ତୁମ ସ୍ନେହର ପରଶ ପାଇ l 


ତୁମ ଆଶୀର୍ବାଦ 

ସଦା ରହୁ ମୋ ଉପରେ 

ଆଉ କିଛି ଲୋଡ଼ା ନାହିଁ, 

ତୁମ ଆଦର୍ଶରେ 

ଚାଲିବି ଆଗକୁ 

ତୁମ ନାମକୁ ରଖିବି ମୁହିଁ l



Rate this content
Log in