STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

3  

ପ୍ରିୟଦର୍ଶିନୀ ମହାନ୍ତି

Others

ଆଉ କି ଫେରିବ

ଆଉ କି ଫେରିବ

1 min
156


ସେଇ ଧୂଳିଖେଳ, ସେଇ ବାଲିଘର 

ବହି ସହ ଅଭିମାନ

ଆଉ କି ଫେରିବ,

ସେଇ ଅଝଟିଆ ପିଲାଦିନ....


କଙ୍କି ପ୍ରଜାପତି ଧରିବା ବୟସ,

ସେଇ ଖିଲି ଖିଲି ହସ,

ଆଉ କି ଫେରିବ

ମିଛି ମିଛି ବୋହୁରାଣୀ ବେଶ...


ଆମ୍ବ ତୋଟାରେ ରଜ ଦୋଳି ଖେଳ

କୁମାର ପୁନେଇ ଜହ୍ନ,

ଆଉ କି ଫେରିବ,

ଭାଲୁକୁଣୀ ପୂଜା, ଖୋଜିଲେ ବି ମନ


ସାଙ୍ଗ ସାଥି ମେଳେ ଗପର ଆସର

ଗାଁ ମୁଣ୍ଡ ଚାନ୍ଦିନି ଧାରେ,

ଆଉ କି ଫେରିବ,

ବିତିଯାଏ ଯିଏ ସମୟ ସ୍ରୋତରେ ଥରେ...


ମାଆ ହାତ ରନ୍ଧା ନାନାଦି ଦରବ,

ତା ଛଳନାର ମାଡ଼ ଗାଳି,

ଆଉ କେ କହିବ

ତୁ ମୋହର ଗଳାମାଳୀ...


ବୟସ ମଧ୍ୟାହ୍ନେ ସବୁ ହେଲା ସ୍ମୃତି, 

ଭାଳି ଭାଳି ଦିନ ସରେ,

ଆଉ କି ଫେରିବ,

ସେଇ ଅତୀତ, ଯାହାକୁ ଏ ମନ ଝୁରେ...






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍