STORYMIRROR

Shashanka sekhar Ray

Others

4.0  

Shashanka sekhar Ray

Others

ଆଉ କେତେଦିନ

ଆଉ କେତେଦିନ

1 min
821


ଶଶାଙ୍କ ଶେଖର ରାୟ


ଗଣମାଧ୍ୟମେ କରି ଚିତ୍କାର

ବିଜ୍ଞାପନ ଝୁଲାଇ କାନ୍ଥବାଡେ

କହୁଥାଅ ଗଢିବା ଆସ

ହାତ ପରେ ରଖି ହାତ

ଏକ ଦୁର୍ନିତୀ ମୁକ୍ତ ଭାରତ ।

ନୟାନ୍ତ ହୁଏ ଦଉଡି ଦଉଡି

ନିରୀହ ମଳିମୁଣ୍ଡିଆ ଖଟିଖିଆ ମଣିଷ

ପାଏନି ତାର ପ୍ରାପ୍ୟ ନ୍ୟାୟ ଅଧିକାର

ବିନା ଲାଞ୍ଚେ ଘୁଞ୍ଚିବନି ତା ଫାଇଲ ଯେମନ୍ତ ।

ଆଜି ଆସ କାଲି ଆସ ହଉ ଦେଖିବା

ନାହାଁନ୍ତି ଆଜି ଅଫିସର କିରାନୀ ବଡବାବୁ

ନାହିଁ ସମୟ ଆମ ପାଖେ

କଣ ଖାଲି ବସିଛୁ ତୁମ କାମ କରିବାକୁ ?

କେତେ ସହିସହି ଅପେକ୍ଷା କରିବ

ସ୍ଵାଧୀନ ଭାରତ କହିବାକୁ ତାକୁ ମାଡେ ଲାଜ

ଅମଲାତନ୍ତ୍ରୀ ଯନ୍ତ୍ରୀ ଡାକ୍ତର ଠିକାଦାର ରାଜନେତା

ଥଟ୍ଟା କରନ୍ତି ତାର ସରଳାମୀକୁ

ପାଦେ ଦିଅନ୍ତି ଦଳିମକଚି

ତାର ମୁକ୍ତ ବିଦ୍ରୋହର ସ୍ଵରକୁ ।

ନୀଳବର୍ଣ୍ଣ ଶୃଗାଳ ସାଜି ଭଦ୍ରତାର ଖୋଳପାରେ

ଲୁଚନ୍ତି ସରକାର ଗୁଣ୍ଡା ଆଇନକୁ ଢାଲ କରି ।

ତେଲିଆ ମୁଣ୍ଡେ ତେଲ ବୋଳିବୋଳି

ଦେବାଳିଆ ଏଠି ସବୁ ସରକାର

ବୁଝେନି କେବେ ତାର ନିରୀହ ଭାଷା

କି ଲାଭ ପାଇଲା ସେ

ସ୍ଵାଧୀନତାକୁ ଏତେ ବର୍ଷ ଜାବୋଡି ଧରି ।


ମୋ - ୭୩୭୭୧୯୭୯୯୯

ବଟରପଡା ରାଜକନିକା କେନ୍ଦ୍ରାପଡା


Rate this content
Log in