STORYMIRROR

Shanti Mishra

Others

3  

Shanti Mishra

Others

ଆଉ କେତେ ଦିନର ରହଣୀ

ଆଉ କେତେ ଦିନର ରହଣୀ

1 min
172


କରୋନା ରଥରେ ବସି

ଯେବେ ବସନ୍ତ ଗଲ ହେ ଆସି

ଭାବୁଛି ମନେ ଏକାନ୍ତରେ ବସି

ସ୍ଵାଗତ କରିବିକି, ଯିବି ଗାଳି ବର୍ଷି |୧|


କରୋନାର ମାୟା ଜାଲରେ ଛନ୍ଦି ହୋଇ

ହୋଲି, ଦିବାଲି ସବୁ ଫେରିଗଲେ ପରାସ୍ତ ହୋଇ

ତେବେ ତୁମେ କାହିଁ ଆସୁଛ ଟିକେ ଭୟ ନପାଇ

ତୁମ ଅଭ୍ୟର୍ଥନା ପାଇଁ ବି ଆମର ଶକ୍ତି ନାହିଁ |୨|


ଜୀବନରୁ ସରିଗଲାଣି ଯେତେ ଥିଲା ସରସତା

ଜୀବନ ମୃତ୍ୟୁର ମଝିରେ ଲଟକି ରହିଛି ଆତ୍ମା

ଏ ମନ୍ଦିରୁ ସେ ମନ୍ଦିର, ଏ ଦେବତାଙ୍କ ଠୁ ସେ ଦେବତା

ଚାଲି ଚାଲି ଥକିଲାଣି ପାଦ, ସାଉଁଟୁଛୁ ଖାଲି ବ୍ୟଥା |୩|


ଦିନ, ମାସ, ବର୍ଷ ଧୀରେ ତ ଗଲେଣି ବିତି

କିନ୍ତୁ ଅତୁଟ ରହିଛି ସେ କରୋନାର ସ୍ଥିତି

ହସ ଖୁସି ଆନନ୍ଦ ଦଉଥିବା ସାଙ୍ଗ ସାଥୀ

ଆଜି ସବୁ ପାଲଟି ଗଲେଣି ସ୍ମୃତି |୪ |


ଫେରି ଯାଅ ବସନ୍ତ! ସବୁ ଋତୁକୁ ସାଥେ ନେଇ

ଭୁଲି ଯାଇଅଛୁ ଖରା, ବର୍ଷା, ଶୀତ ଘର କୋଣେ ବନ୍ଦୀ ହୋଇ

ଆମ ପାଇଁ ଆଜି ଗୋଟିଏ ଋତୁ ଯା’ର କିଛି ନାମ ନାହିଁ

ଅଶ୍ରୁ ଧାରରେ ବୋହିଯାଏ ସବୁ, କରୋନା କବଳିତ ହୋଇ |୫|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍