STORYMIRROR

Banabihari Mishra

Others

4  

Banabihari Mishra

Others

ଆଉ କେବେ ମିଛ କହିବି ନାହିଁ

ଆଉ କେବେ ମିଛ କହିବି ନାହିଁ

1 min
245

ବାଟି ଖେଳିବାକୁ     ଭଲ ଲାଗୁଥିଲା

 ହେଲେ ମୋ ପାଖରେ ବାଟି ନ ଥିଲା।

ଦେଖିଲି ସେଦିନ   ମସଲା ଡବାରେ 

  ମାଆ ଦି ଟଙ୍କିଆଟେ ରଖିଥିଲା।।


ସ୍କୁଲରୁ ଆସିକି     ଦି ଟଙ୍କିଆ ନେଇ

  କାହାକୁ ନ କହି ଦୋକାନ ଗଲି।

ପାଞ୍ଚଗୋଟି ବାଟି    ମିଠେଇରୁ କିଛି

  ଦୋକାନରୁ ଯାଇ କିଣି ଆଣିଲି।।


ମିଠେଇ ବାଣ୍ଟିଲି    ବାଟି ବି ବାଣ୍ଟିଲି

  ସାଙ୍ଗ ମେଳେ ମିଶି ବାଟି ଖେଳିଲି।

ମାଆ ପଚାରିଲା    ନେଇଚୁକି ଟଙ୍କା 

 ସଞ୍ଜରେ ଯେବେ ମୁଁ ଘରେ ଫେରିଲି।।


'ନାହିଁ ' କରିଦେଲି   ରାଗିଗଲା ମାଆ

  କାଠ ଖଣ୍ଡେ ଧରି ଉଞ୍ଚେଇ ଦେଲା।

ଉଞ୍ଚେଇଲା ସିନା   ମାରିଲା ନାହିଁ ସେ

  ଦି ଆଖିରୁ ଲୁହ ଗଡୋଉଥିଲା ।।


ମୋ ବିବେକ ମୋତେ ଧିକ୍କାର କରିଲା

  କାହିଁକି କହିଲି ମିଛ କଥାଟେ ।

କହିଲି ମାଆଲୋ   ମୁଁ ନେଇଛି ଟଙ୍କା 

  ହସିକରି ଏବେ କହ ପଦୁଟେ।।


କହିଲା ମୋ ମାଆ  ଚୋରି କଲୁ ତୁହି

 ହେଲେ ସେଥିପାଇଁ ନାହିଁ ମୋ ଦୁଃଖ ।

ମୋ ପୁଅଟା ମୋତେ  ମିଛ କହିଦେଲା

  ସେଥିପାଇଁ ମନେ ହେଉଛି ଦୁଃଖ ।।


ସେଇଦିନ କଥା   ଏବେ ମନେ ଅଛି

  ମନରେ ଗଭୀର ରେଖା ଟାଣିଛି ।

ଯାହା କରେ ପଛେ  ଦୁଃଖ ଦେଲାଭଳି

  ମିଛ କହିବିନି ରାଣ ଖାଉଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍