STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ଆତୁର

ଆତୁର

1 min
206


ଝରଣା ଭଳି ପାଣି ଢାଳୁଛି, ନିରନ୍ତର ଚକ୍ଷୁ ମମ, 

କୋଇଲି କୁହୁ ତାନେ ଡାକୁଛି, ଦେଖା ଦେବେ କେବେ ରାମ ।

ବିରହୀ ପକ୍ଷୀ କାନ୍ଦିଲେ ବର୍ଷା, ପୁର୍ଣ୍ଣ ପୁଷ୍କରିଣୀ ଜଳେ, 

ବିରହୀ ଯିଏ ଗୋବିନ୍ଦଠାରୁ, କେତେ ଅଶ୍ରୁ ସେ ନ ଢାଳେ !

ଦେହକୁ ମୋର ଦୀପ କରିବି, ପ୍ରାଣ ସଳିତା ପ୍ରସ୍ତୁତ,

ରକ୍ତକୁ ତେଲ କରି ଜାଳିବି, ଶ୍ରୀମୁଖ ଦେଖା ପର୍ଯ୍ୟନ୍ତ । 

ହସ ଖୁସିରେ ମିଳନ୍ତି ନାହିଁ, କଷ୍ଟ କଲେ ମିଳେ ସାଇଁ, 

ଭୋଗ ମୋହରେ ହରି ମିଳିବେ, ଏ କଥା ସମ୍ଭବ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍