ଆତୁର
ଆତୁର
1 min
202
ଝରଣା ଭଳି ପାଣି ଢାଳୁଛି, ନିରନ୍ତର ଚକ୍ଷୁ ମମ,
କୋଇଲି କୁହୁ ତାନେ ଡାକୁଛି, ଦେଖା ଦେବେ କେବେ ରାମ ।
ବିରହୀ ପକ୍ଷୀ କାନ୍ଦିଲେ ବର୍ଷା, ପୁର୍ଣ୍ଣ ପୁଷ୍କରିଣୀ ଜଳେ,
ବିରହୀ ଯିଏ ଗୋବିନ୍ଦଠାରୁ, କେତେ ଅଶ୍ରୁ ସେ ନ ଢାଳେ !
ଦେହକୁ ମୋର ଦୀପ କରିବି, ପ୍ରାଣ ସଳିତା ପ୍ରସ୍ତୁତ,
ରକ୍ତକୁ ତେଲ କରି ଜାଳିବି, ଶ୍ରୀମୁଖ ଦେଖା ପର୍ଯ୍ୟନ୍ତ ।
ହସ ଖୁସିରେ ମିଳନ୍ତି ନାହିଁ, କଷ୍ଟ କଲେ ମିଳେ ସାଇଁ,
ଭୋଗ ମୋହରେ ହରି ମିଳିବେ, ଏ କଥା ସମ୍ଭବ ନାହିଁ ।
