STORYMIRROR

Tankadhar Majhi

Others

4  

Tankadhar Majhi

Others

ଆଠଟି ସ୍ବପ୍ନ

ଆଠଟି ସ୍ବପ୍ନ

1 min
442


ଏକ

ଏକରେ ମୋ ସ୍ବପ୍ନ ହରି ଦୂଆରେ

 ଦୁଇ ହାତ ଯୋଡ଼ି ଭବିଷ୍ୟତ ମାଗୁଛି ।


ଦୁଇ 

ଲକ୍ଷ୍ୟ ହାବୁଡେ ଚପଳ ଫଟାଇ

ଜନ ଗହଳି ପଥେ ଏକାକୀ ଧାଇଁଛି ।


ତିନି

ଜୀବନ ବୟସର ମଝି ଦ୍ବୀପପୁଞ୍ଜେ

ଝଡଝଞ୍ଜା-ଅଭାବର ଐତିହ୍ୟ ଦେଖିଛି ।


ଚାରି 

କଷ୍ଟ ଗଣିତର ସମାଧାନ କରିବା ସତ୍ତ୍ବେ 

ପ୍ରେମର ଅଢ଼େଇ ଅକ୍ଷରକୁ ହିସାବ କରୁଛି !


ପାଞ୍ଚ 

ମଝି ପାହାଡରେ ଥୁଣ୍ଟା ବୃକ୍ଷଟିଏ ପରି 

ନିଜର ପତ୍ର ଝଡାଇ ଜୀବନ ଜୀଇଁଛି । 


ଛଅ

ମଦ ସେବନ ପୁଣି ଲାଞ୍ଚର କାରବାରରେ 

ମାଂସର ହାହାକାର ପ୍ରଳାପ ଦେଖଛି ।

 

ସାତ

କାନ୍ଦଣା ଶୁଣିଛି ଅଭିଶପ୍ତ ଲୁହର

କେତେ ବିରହ ହୃଦୟେ ଲଙ୍କା ପୋଡ଼ି ଦେଖିଛି । 


ଆଠ

ନିର୍ମଳ ଚନ୍ଦ୍ରରେ କଳା ଦାଗ ଦେଖିବା ପରି

ଏମନ୍ତ ଜଗତ ଛଳନାର ପ୍ରାୟଶ୍ଚିତ ଭୋଗିଛି ।


Rate this content
Log in