ଆତ୍ମନିର୍ଭରଶୀଳ ବର୍ଷ ହେବ ୨0୨୧
ଆତ୍ମନିର୍ଭରଶୀଳ ବର୍ଷ ହେବ ୨0୨୧
ଦୁଃଖର ପାହାଡ ଘୁଞ୍ଚି ଗଲା ଦେଶୁ
ନୁଆ କଳେବର ହେଲା
ପୁରୁଣା ସମସ୍ୟା ଇତି ହୋଇ ଗଲା
ଦେଶ ପ୍ରଜ୍ଜଳିତ ହେଲା।୧।
ପୂର୍ବତନ ଗାଥା ଫେରି ଆସି ଅଛି
ନିସ୍ବାର୍ଥ ଭାବ ଜାଗିଲା
ଉନ୍ନତିର ସ୍ରୋତ ବହୁଅଛି ଦେଶେ
ଜନତା କୁତାର୍ଥ ହେଲା।୨।
ଜାତିବାଦ ପ୍ରଥା ଘୁଞ୍ଚି ଯାଉ ଅଛି
ପରିବର୍ତ୍ତନଟି ହେଲା
ଡିଜିଟାଲ ରୂପ ଅତ୍ୟନ୍ତ ସୁଗମ
ନିସ୍ବାର୍ଥ ସନ୍ଦେଶ ଦେଲା।୩।
ସବୁ କ୍ଷେତ୍ରେ ଦେଶ ପ୍ରଗତି ହୋଇବ
ନୂଆ ଆଗମନ ବର୍ଷେ
ବିଶ୍ବଗୁରୁ ସ୍ୱପ୍ନ ସାର୍ଥକ ହୋଇବ
ପୁଣିଟି ନୂତନ ବର୍ଷେ।୪।
ଏ ଦୁଇହଜାର ଏକୋଇଶ ମଧ୍ୟେ
ନୂଆ ଅନୁଭୂତି ହେବ
ଦେଶର ବୈଭବ ଦେଶ ପରାକର୍ମ
ଦୁନିଆ ନିଜେ ଦେଖିବ।୫।
ଭାରତ କଥାକୁ ମୂଲ୍ୟ ଦେବେ ସର୍ବେ
ଦେଶର ମାନ ବଢିବ
ନୂଆ ବର୍ଷ ହେବ ଭାରତର ବର୍ଷ
ନୂଆ ଅନୁଭୂତି ଦେବ।୬।
ସବୁ କ୍ଷେତ୍ରେ ଆଜି ଆନନ୍ଦ ଉଲ୍ଲାସ
ନୂତନ ବର୍ଷ ଆସିବ
ସ୍ବାଗତ କରନ୍ତି ଦେଶର ଜନତା
ଆଶାର କିରଣ ଦେବ।୭।
ଦୟାକର ପ୍ରଭୁ ବିଶ୍ବ ନିରଞ୍ଜନ
ନୁଆ ବର୍ଷ ଶୁଭ ହେଉ
କୁଚକ୍ରାନ୍ତ ପ୍ରଥା ଉଠିଯାଉ ପ୍ରଭୁ
ସତ୍ୟର ଜୟଟି ହେଉ।୮।
ଅନ୍ନପୂର୍ଣ୍ଣା ଦେବୀ ସୁଦୟା କରନ୍ତୁ
ଦେଶ ଅନ୍ନପୂର୍ଣ୍ଣ ହେଉ
ସୁଦୟା କରନ୍ତୁ ମାତା ଭୈରବୀ
ଆନ୍ୟାୟ ବିନାଶ ହେଉ।୯।
ଦୁଖର ପାହାଡ଼ ଘୁଞ୍ଚି ଗଲା ଦେଶୁ
ନୂଆ କଳେବର ହେଲା
ପୁରୁଣା ସମସ୍ୟା ଇତି ହୋଇଗଲା
ଦେଶ ପ୍ରଜ୍ଜଳିତ ହେଲା।୧୦।
