ଆତ୍ମଲୀନ ନିସଂଗତା
ଆତ୍ମଲୀନ ନିସଂଗତା
ଭଲଥିଲା ସେଇ ଆଦିମତା-
ପଥର-ଗୁହାର ଏକାଂତ ନିଃସଂଗତା,
ବନ୍ଯ-ପଶୁ ପରି ଫଳ-ମୂଳ ଖାଇ,
ବୃକ୍ଷର ବକ୍କଳ-ବାସେ-
ପ୍ରିୟାର ଯୌବନ ସଂପଦ,
ଅର୍ଦ୍ଧ-ଅନାବୃତା....
ଦୂର-ବହୁଦୂରେ-
ଦୃଷ୍ଟିର ପରିଧିରେ,
ବନ-ରାଜି ଶ୍ଯାମଳ ସୁଷମା,
ଝର-କୂଳେ ଝରା-ବନଫୁଲେ,
ବିସ୍ତୀର୍ଣ୍ଣ-ବିଛଣା,...
ଦୂରେ-କେଉଁ ଲତା-କୁଞ୍ଜେ-
ବନ-ପକ୍ଷୀ'ଟିର,
ପ୍ରେମ-ନିବେଦନେ,
ମଧୁର-କାକଳୀ,...
ପକ୍ଵ-ଫଳ ବୃକ୍ଷ-ଶିଖ'ଡାଳେ,
ପ୍ରୀୟା'ର ଲଭିଲା-ଆଖି,
ଦେହେ'ଥିଲା ଅପର୍ଯାପ୍ତ ବଳ,
କ୍ଷୁଧା-ନିବାରଣେ,
ପ୍ରୀୟା'ର ଜଠରୁ,....
ମୁକୁଳା-ଆକାଶ ତଳେ ଲଂଗଳା-ପୃଥିବୀ,
ସରଳ ଆଦିମ-ନର-
ଉଲଂଘ-ଶିଶୁ ସମ,.....
ପେନ୍ଥା-ପେନ୍ଥା ବନ-ଫୁଲେ ପ୍ରିୟାର କବରୀ,
ବାକ୍-ହୀନ ପୃଥିବୀରେ-
ଇଂଗିତ'ର ଭାଷା,
ସଂଚରୁ-ଥିଲା ହୃଦୟ'ରୁ ଆନ ହୃଦୟକୁ,...
ମୁକୁଳା ଓ ନିଷ୍କପଟ ପ୍ରେମ-
ଖୋଲା-ବହି'ଟି ପରି-
ତନ୍ନ-ତନ୍ନ କରି,
ପଢି ହେଉ'ଥିଲା.......
ଆଜି ଏଠି,
ହାଉ-ଯାଉ ଗହଳିରେ-
ସଂପର୍କର ସଂଜ୍ଞା-ସବୁ ଅଷ୍ପଷ୍ଟ,
ବାତ୍ସଲ୍ଯ-ମମତା କାଂଦେ-
କେଉଁ ଅନାଥାଶ୍ରମରେ-
ଏକାଂତ ବିଜନେ......
ଓହ-ରହ ତୃଷାତୁରା-
ସ୍ତ୍ରୀ'ର ଓଠରେ-
ଲିପ୍-ଷ୍ଟିକ୍'ର,
ବହଳ-ପ୍ରଲେପର ଲାଲିମା,....
ଦେହ ତଳେ ମନଟିଏ,
ଗୁଣୁ-ଗୁଣୁ ଗାଉଥିବା,
ପ୍ରେମ ନିବେଦନର,
ମୃଦୁ-ସ୍ୱର-
ସ୍ଵାମୀଂକ'ର ମଚ-ମଚ ଦ୍ରୁତ-ପାଦ,
ଯୋତା-ଶବ୍ଦ ତଳେ,
ହୋଇ'ଯାଏ ବିଲୀନ.....
ମୋବାଇଲ କାଚ-ତଳେ,
କେଉଁ ଏକ ଅପରିଚିତ-
ଅଂଧାରି-ଇଲାକା,
ଦୂର-ଦର୍ଶନ ପରଦା'ରେ,
ପ୍ରସାଧାନର ପ୍ରାଚୁର୍ଯ୍ୟରେ,
ଦୟନୀୟ ନିଃସଂଗ ମଣିଷ.......
କପିଳର କୋପାନଳେ,
ସଗର-ବଂଶ ପରି,
ଜୀବଂତ-ଦଗଧ କରି,
କାହିଁକି ଦେଉଛ ପ୍ରଭୁ-
ଯମର ଯଂତ୍ରଣା,
ମୁକ୍ତି-ଦିଅ ବାରେ.......
