STORYMIRROR

Shashanka sekhar Ray

Others

2.5  

Shashanka sekhar Ray

Others

ଆତ୍ମଗ୍ଲାନି

ଆତ୍ମଗ୍ଲାନି

1 min
9.3K



ଶଶାଙ୍କ ଶେଖର ରାୟ


ପୁଞ୍ଜିଭୂତ ଯନ୍ତ୍ରଣାକୁ ଅଣଦେଖା କରି

ବେଳେବେଳେ ହସିବାକୁ ହୁଏ ମିଛରେ

ଭଲ ନପାଇ ନିଜକୁ ନିଜେ

ଆଉ କାହାକୁ ଭଲପାଇବାର ଅଭିନୟ କରେ

ଦୂର ପାହାଡ ସୁନ୍ଦର ଭଳି

ଲାଗୁଥାଏ ମୁଁ ସୁନ୍ଦର ସମସ୍ତଙ୍କ ଆଖିରେ

କିଏ ବା ଜାଣେ ଅଦୃଶ୍ୟର କେତେ ଲୁହାବାଡ

ଘେରି ରହିଛି ଯେ ମୋ ଚାରି ପାଖରେ ।

ଧକ୍ ଧକ୍ କରୁଥିବା ପିଞ୍ଜରାତଳେ ଶବ୍ଦଟିଏ

ହସ ଆଉ ଲୁହର ଇନ୍ଧନରେ

ଭଷାଇନିଏ ମୋତେ ଆଗକୁ ଆଗକୁ

କେତେ ଢେଉ କାଟି କାଟି ଜୀବନ ସାଗରେ

ଜୀବନ ମହାଭାରତେ ଅସହାୟ ଅଭିମନ୍ୟୁଟିଏ ମୁଁ

ପାଇବା ହଜାଇବା ପୁଣି ଖୋଜିବାର ଚକ୍ରବ୍ୟୁହରେ

ଫେରିଯିବାର ବାଟ ଜଣା ନାହିଁ ମୋତେ

ବାୟାବସା ଭଳି ନିଜେ ଦୋହଲୁଥାଏ

କେତେ କେତେ ଝଡ଼ ବତାସରେ ।

ମୋ- ୭୩୭୭୧୯୭୯୯୯N


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍