ଆତ୍ମାର କଥନ
ଆତ୍ମାର କଥନ
ହୋଇ ଏକ ଜୀବନ୍ତ ଶିଖରର ମଣିଷ
କରିଯାଅ ମାନବୀୟ କର୍ମ ଯଥାସାଧ୍ୟ
ନକରି କେବେ ହେଁ ବିଚାର କର୍ମପଥେ
ସମସ୍ତଙ୍କୁ ରହିବାକୁ ଦିଅ ସୁଖ ଓ ହାର୍ଦ୍ଦିକ
ବାତାବରଣେ ଯେମିତି ଅଛନ୍ତି ସେମାନେ,
ସେମାନଙ୍କର କ୍ରମଃ ବିକାଶଶୀଳ ସୌଧରେ
ଅବିଚଳିତ ଓ ନିଶ୍ଚିନ୍ତ ଭାବେ l
ଗୋଟିଏ ଯଥାର୍ଥ ଦୃଷ୍ଟି କେବଳ କର
ନିକ୍ଷେପ ତୁମ ନିଜ ଭିତରେ ଥିବା ମୁକ୍ତ
ଆକାଶକୁ କରି ସୁନିର୍ମଳ, ସନ୍ଦେହବିହୀନ
ଭାବେ ନହୋଇ ଏକ କପଟୀ ବ୍ୟକ୍ତି ପରି
ଆନନ୍ଦିତ ପର ଉତ୍ପୀଡ଼ନେ ନିଜ ସ୍ୱାର୍ଥ ବଶେ l
କେବେ ହେଁ ବିଚାର ନକରି, କେବେ ହେଁ
ନିନ୍ଦା ନ କରି ଏକ ଦୟାର୍ଦ ଦୃଷ୍ଟିରେ ଚାହିଁ ଦେଖ
ଅନ୍ୟକୁ କେବେ ହେଁ ମିଛ ନ କହି, ଆଲୋକିତ
କର ତୁମର ମାନବିକତାପୂର୍ଣ୍ଣ ପ୍ରେମଶୀଳ ଓ
ନିଷ୍ଠାପର ପ୍ରଚେଷ୍ଟାରେ ମାନବ ସମାଜେ l
ପଚାରିଥିଲେ ଦିନେ ଯୀଶୁ ମାନବ ସମାଜକୁ
ନିଶ୍ଚୟ ଲଭିବାକୁ ଏକ ମାନବୀୟ ସୁସ୍ଥ ମସ୍ତିଷ୍କ
କେବେ ହେଲେ ନ କରିବାକୁ ବିଚାର କିମ୍ବା
କରିବାକୁ ପୋଷଣ କୌଣସି ଈର୍ଷାମୂଳକ
ଶତ୍ରୁତା ନିଜ ମନେ l ଯୀଶୁ ଦେଇଥିଲେ ଗୁରୁତ୍ୱ
ଆଉ ପଚାରିଥିଲେ ମାନବୀୟ ଭାଗ୍ୟକୁ ଭୁଲି
ଯିବା ପାଇଁ କ୍ଷୁଦ୍ରାତିକ୍ଷୁଦ୍ର ଅବଗୁଣଗୁଡ଼ିକୁ ତୁମର
ପ୍ରତିବେଶୀଗଣଙ୍କ ଚକ୍ଷୁ ପଲକ ମଧ୍ୟରେ,
କରିବାର୍ଥେ ପାପମୁକ୍ତ ସେଗୁଡ଼ିକୁ ତୁମ ସ୍ଵଚକ୍ଷୁ
ନିର୍ଗତ ଅମୃତ ନିର୍ଝର ରୂପୀ ରଶ୍ମି ସ୍ରୋତେ l
କ୍ରମ ବିବର୍ତ୍ତନଶୀଳ ଲକ୍ଷ୍ୟ ସ୍ଥଳକୁ ଭେଦିବା
ଆଶାରେ ନିଶ୍ଚୟ ସମସ୍ତେ ଅବଶ୍ୟ ଐକ୍ୟବଦ୍ଧ
ହେବେ ଦିନେ ପବିତ୍ର ଧରା ଭୂମି ଉପରେ
କରିବାକୁ ରୂପାନ୍ତର ଆମ ଶରୀର ଏକ ଜୀବନ୍ତ
ଆତ୍ମିକ ମାନବଜାତିରେ ଆଉ ମାନବ ରାଷ୍ଟ୍ରରେ,
ହେବା ଆମେ ଅବଶ୍ୟ ଅଭ୍ୟସ୍ତ ପରିବେଷଣ
କରିବାକୁ ଏକ ସର୍ତ୍ତବିହୀନ ପ୍ରେମ ତଥା
ସମ୍ବେଦନଶୀଳତାର ଆଦର୍ଶ ମାନବଜାତି
ସମୁଖରେ ନକରି ଭେଦ ବିଚାର ପରତେ l
