ଆତ୍ମ ସମିଖ୍ୟା
ଆତ୍ମ ସମିଖ୍ୟା
1 min
13K
ପ୍ରତାପ ନାୟକ
୭୦୦୮୦୫୪୨୮୨
କାନ୍ଦିବା କାନ୍ଦିବା ହଉଛି ଆକାଶ
କାଳିଜହ୍ନ ଲୁଚିଲାଣି
କାହିଁ କେତେବେଳୁ
ଘୋଡେଇହେଇ ବଉଦ ଚାଦର
ପବନ ବି ଗୁମସୁମ
ମଳୟ ତୋଳୁନି ଗୀତ
ଆକାଶର କଳାହାଣ୍ଡି ରୂପ ଦେଖି
ଖୁସି ଚଷାପୁଅ
ହଉପଛେ କଷ୍ଟ
ରୋଇବ ଉଦରାଗ୍ନୀ ଭୋକ
ଚାଳଫୁଟେଇ ପଛେ କାନ୍ଦୁ ଆକାଶ
ହଇରାଣ କରୁ ପିଲାଛୁଆ
କାନ୍ଦୁ ନିଜ ଘର
ହସୁ ଦୁନିଆଁ
ଏଇତ ବେଭାର ଚଷା ପୁଅର
ନିଜେ ଜଳି
ଭରେ ଦେଶର ଉଦର
