STORYMIRROR

Sanjya Tripathy

Others

3  

Sanjya Tripathy

Others

ଆତ୍ମ ନିରୀକ୍ଷଣ

ଆତ୍ମ ନିରୀକ୍ଷଣ

1 min
190

ତୁମେ ଯଦି ମୋତେ ସମାଲୋଚନା କରି

ଏହା ତୁମ ବାକ୍-ସ୍ୱାଧୀନତା

ଯଦି ମୁଁ ତୁମକୁ ସମାଲୋଚନା କରେ

ଏହା ମୋର ଅସିହଷ୍ଣୁତା ।


ଯଦି ତୁମେ ମୋର ବିଚାରପତି ସାଜ

ଏହା ତୁମର ଧର୍ମ ନିରପେକ୍ଷତା

ଯଦି ମୁଁ ତୁମର ବିଶ୍ୱାସକୁ ପ୍ରଶ୍ନ କରେ

ତେବେ ମୁଁ ସାମ୍ପ୍ରଦାୟିକ ।


ଯଦି ତୁମେ ନିଜକୁ ରକ୍ଷା କରି

ଏଥିରେ ତୁମେ ଜଣେ ପୀଡିତ (ପତିତ)

ଯଦି ମୁଁ ନିଜେ ନିଜକୁ ରକ୍ଷା କରେ

ଏଥିରେ ମୁଁ ଜଣେ ହିଂସ୍ର

ତୁମର ଚିନ୍ତାକୁ ତୁମେ ଯଦି ଲେଖି ବସ

ଏହା ବୈପ୍ଳବିକ

ଯଦି ମୁଁ ମୋ ଭାବନାକୁ ରୂପ ଦିଏ।


ଏହା ଉତ୍ତେଜକ- ଉତପ୍ରେରକ ।

ଯଦି ତୁମେ ମାର୍ଚ୍ଚ୍ କର

ଏହା ଏକ ପ୍ରତିବାଦ

ଯଦି ମୁଁ ମାର୍ଚ୍ଚ୍ କରେ

ଏହା ଏକ ଉତ୍ୟକ୍ତ ଜନତା ।

ଯଦି ତୁମେ ଏକ ଅଭିଯୋଗ ଫାଇଲ କର

ତୁମେ ନିୟମର ଧାରା ମାନିଅଛି

ଯଦି ମୁଁ ଅଭିଯୋଗ କରେ

ମୁଁ ଆଇନର ଅପବ୍ୟବହାର କରେ

ବର୍ତ୍ତମାନ ଜଣେ ଚିହ୍ନ

ତୁମେ କିଏ ଓ ମୁଁ କିଏ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍