STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଆସୁଥିଲୁ ବୋଲି ସପନରେ

ଆସୁଥିଲୁ ବୋଲି ସପନରେ

1 min
407


ଆସୁଥିଲୁ ବୋଲି ସପନରେ ମୋର

କରୁଥିଲି ତୋତେ ରାଣୀ

ହୃଦୟରେ ଥିଲୁ ହୃଦୟ ସଙ୍ଗିନୀ

ସରାଗେ ମନ ପ୍ରିତୀନୀ


ସ୍ଵପ୍ନର ନାୟିକା ବୋଲି ଅନାମିକା

ସ୍ମୃତି ଏକା ମୋର ସାହା

କେମିତି ଜାଣିବି ଠିକଣା ତୋହର

ଜାଣି ନାହିଁ ତୋର ନାଆ


ହୃଦୟ ଭିତରେ ରହିଛୁ ବୋଲି ତ

ଭଲ ପାଏ ବୋଲି ଭାବେ

ନିଶାର୍ଦ୍ଧ ସ୍ଵପ୍ନରେ ଆସି ଯାଉଥାଉ

ଧରି ପାରେ ନାହିଁ କେବେ


ତଥାପି ଏ ମନ ଖୋଜିବୁଲେ ସ୍ଵପ୍ନ

ପ୍ରେମ ବିଭୂଷିତ ପ୍ରାଣ

ପ୍ରେମ ଫଗୁ ରଙ୍ଗେ ପ୍ରେମ ଛବି ଆଙ୍କେ

ପ୍ରତି ଶ୍ଵାସ ସମୀରଣ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍