STORYMIRROR

Kunja Bihari Dalai

Others

3  

Kunja Bihari Dalai

Others

ଆସୁଛି ରଂଗର ପର୍ବ

ଆସୁଛି ରଂଗର ପର୍ବ

1 min
165

ଆଗକୁ ଆସୁଛି ରଙ୍ଗ ଖେଳ ହୋଲି

ପରବ ଭାଇଚାରାର  

ଭୁଲି ରାଗ ରୁଷା ଏକତ୍ରିତ ସର୍ବେ

ଖେଳିବେ ରଙ୍ଗ ଅବିର ।


ଘରେ ଘରେ ଖୁସି ଆନନ୍ଦ ଲହରୀ

ସଭିଙ୍କ ଅଙ୍ଗରେ ରଙ୍ଗ  

ଧରି ପିଚକାରୀ ହେବେ ମରାମରି

ସଭିଏଁ ଯେମିତି ସାଙ୍ଗ ।


ପିଠା ଓ ମିଠାର ଆସର ଜମିବ

ଶଙ୍ଖୋଳିବା ପାଇଁ ବନ୍ଧୁ  

ଜଣକୁ ଆରେକ ଖୁଆଇବ ମିଠା 

ଛୁଟିବ ପ୍ରୀତିର ସିନ୍ଧୁ ।


ବିମାନରେ ଝୁଲି ଯିବେ ବନମାଳୀ

ଦୋଳ ମେଲଣ ପଡିଆ  

ଆତସବାଜି ଓ ରଙ୍ଗ ଅବିରରେ

ଭକତେ ହୋଇବେ ବାୟା ।


ହସି ହସାଇବା ଏ ହୋଲି ପରବେ

ଅହଂକାର କର ତ୍ୟାଗ  

ଆସ ସର୍ବେ ମିଳି ଖୁସି ସାଉଁଟିବା

ମନୁଷ୍ୟତ୍ୱ କରି ଆଗ ।



Rate this content
Log in