ଆସୁଛି ରଜ ପରବ
ଆସୁଛି ରଜ ପରବ
1 min
13.6K
ଆସୁଛି ରଜ ଗାଁଗହଳି ଗହଳତୋଟା
ଆମ୍ବଡାଳ ବାଉଁଶ ପଟା ଦୋଳିରେ,
ଆସୁଛି ରଜ ଝିଅବୋହୁଙ୍କ ନୂଆ ବସ୍ତ୍ରେ
ନାଲି ଅଳତା ପାଦରେ
ଆସୁଛି ରଜ ମସଲାଦିଆ ବିଡିଆ ପାନ
ନାଲିଓଠ ଧାରରେ ,
ଆସୁଛି ରଜ ପୋଡପିଠା ମଣ୍ଡା କାକରା
ବରା ଚକୁଳି ଖାଇବା ମଜା ଭିତରେ,
ଆସୁଛି ରଜ ତାସ୍ ଖେଳ ପଶାପାଲି
ଲୁଡୁ କେରମ୍ କବାଡି ଖେଳମଜାରେ
ଆସୁଛି ରଜ ସାଙ୍ଗସାଥୀ ବନ୍ଧୁବାନ୍ଧବ
ଯିବା ଆସିବା ସୁଖ ଦୁଃଖ ବଣ୍ଟାରେ,
ଆସୁଛି ରଜ ଚାଷୀଭାଇ ବୁଣାସାରି
ବିଶ୍ରାମ ନେବା ମଜାରେ,
ଆସୁଛି ରଜ ପହିଲି ଆଷାଢ ମୌସୁମି
ବର୍ଷା ଥଣ୍ଡା ବାୟୁ ଭିତରେ,
ଆସୁଛି ରଜ ପ୍ରତି ବରଷ ଅତି ଆନନ୍ଦେ
କଟାଇବାକୁ ମଜାରେ ॥
