-: ଆସୁଛି ହୋଲି :-
-: ଆସୁଛି ହୋଲି :-
1 min
218
ବରଷକେ ଥରେ ଆସୁଛି ହୋଲି
ସଭିଏଁ ମିଶିବେ ଭୁଲି ରାଗ କଳି
ଗାଁ ଗଣ୍ଡାରେ ହେବ ଗହଳି
ମିଳିମିଶି ସଭିଏଁ ପାଳିବେ ହୋଲି ।।
ନାନା କିସମର ରଙ୍ଗ ଧରି
ଯିବେ ସଭିଏଁ ଘରୁ ବାହାରି
ନ ଶୁଣି ସେଦିନ କଥା କାହାରି
ଖେଳିବେ ହୋଲି ମନ ଭରି ।।
ସାଙ୍ଗ ସାଥି ସବୁ ହୋଇ ମେଳ
ଦିନ ସାରା ହେବ ରଙ୍ଗ ଖେଳ
ଜଣା ଯିବନି ସେଦିନ ବେଳ
ହୋଲି ପାଳିବେ ହେଇ ଦଳ ଦଳ ।।
