STORYMIRROR

Monalisha Panda

Others

4  

Monalisha Panda

Others

-: ଆସୁଛି ହୋଲି :-

-: ଆସୁଛି ହୋଲି :-

1 min
225

ବରଷକେ ଥରେ ଆସୁଛି ହୋଲି

ସଭିଏଁ ମିଶିବେ ଭୁଲି ରାଗ କଳି

ଗାଁ ଗଣ୍ଡାରେ ହେବ ଗହଳି

ମିଳିମିଶି ସଭିଏଁ ପାଳିବେ ହୋଲି ।।


ନାନା କିସମର ରଙ୍ଗ ଧରି

ଯିବେ ସଭିଏଁ ଘରୁ ବାହାରି

ନ ଶୁଣି ସେଦିନ କଥା କାହାରି

ଖେଳିବେ ହୋଲି ମନ ଭରି ।।


ସାଙ୍ଗ ସାଥି ସବୁ ହୋଇ ମେଳ 

ଦିନ ସାରା ହେବ ରଙ୍ଗ ଖେଳ 

ଜଣା ଯିବନି ସେଦିନ ବେଳ

ହୋଲି ପାଳିବେ ହେଇ ଦଳ ଦଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍