ଆସୁଛି ଆଷାଢ଼
ଆସୁଛି ଆଷାଢ଼
1 min
264
ଆଷାଢ଼ ମାସରେବରଷା ଆସିଲେ
ଚାଷୀ ଆନନ୍ଦରେ ହସେ,
ଧରଣୀ ଉପରେ
କଅଁଳିଆ ଘାସ
ସବୁଜ ସୁନ୍ଦର ଦିଶେ ।।
ଜଳର ଅଭାବ
ଦୂର ହୋଇଯାଏ
ନଈ ନାଳେ ଚାଲେ ପାଣି,
ଚାଷୀ ଚାଷ କାର୍ଯ୍ଯେ
ଲାଗି ପଡ଼ିଥାଏ
ମନରେ ଉତ୍ସାହ ଆଣି ।।
ବଡ଼ ଦାଣ୍ଡେ ବୁଲି
ଆସଇ କାଳିଆ
ରଥେ ଦିଶଇ ସୁନ୍ଦର,
ଭକତ ମାନଙ୍କ
ଗହଣରେ ରହି
ଲଗାଇଥାଏ ହୁନ୍ଦର ।।
ଆଷାଢ଼ ମାସଟି
ଆଣିଥାଏ ସୁଖ
ଉଦ୍ଭିଦ ପ୍ରାଣୀଙ୍କ ପାଇଁ,
ସଭିଙ୍କ ମନରେ
ଆଣିଥାଏ ସୁଖ
ଉଠିଥାଏ ସଦା ଚେଇଁ ।।
