ଆସୁ ସତ କହିବାକୁ ବଳ ଓ ଭାବନା
ଆସୁ ସତ କହିବାକୁ ବଳ ଓ ଭାବନା
ପାଇଛି ମଣିଷ ଜନମ ଯାଏ ପାଶୋରି
ସଂସାର ହାଟରେ ହୋଇଛି ପରା ସଂସାରୀ ।
ସ୍ୱାର୍ଥ ଲୋଭର ନିଶା ଭୁଲାଇଛି ମୋତେ
ମାୟାରେ ପଡି, ଭୁଲିଛି ମଣିଷତ୍ୱର ମାନ କେତେ !
ପିତା ମାତା ମୋର ପରା ସାକ୍ଷାତ ଭଗବାନ
ତାଙ୍କୁ ଭୁଲି ମୁଁ ପଥିକ, ମନ୍ଦିର ମସଜିଦ ସ୍ଥାନ ।
କାମିନୀ କାଞ୍ଚନ ମୋର ମନକୁ ମୋହିଛି
ଅକର୍ମ ଯେତେ କରି ପାପ ପଙ୍କେ ବୁଡୁଛି ।
ଭାବୁଛି ମନେ, ମନ୍ଦିର ମସଜିଦ ଗୀର୍ଜାକୁ ଯାଇ
ପାପରୁ ଉଦ୍ଧାର ପାଇବି, ମୁକତି ଲଭିବି ମୁହିଁ ।
ଏ ଭରା ଯଉବନ ଧନର ଗରବ ଉଛୁଳି ପଡିବ
ଭୋଗିବି ମୁଁ ଦୁଃଖ ମଲାବେଳେ ଶାନ୍ତି ନମିଳିବ ।
ତେଣୁ ସଞ୍ଜ ସକାଳେ କରୁଛି ମୁହିଁ ଏ ପ୍ରାର୍ଥନା
ଆସୁ ସତ କହିବାକୁ ବଳ ଓ ସଦବୁଦ୍ଧି ଭାବନା ।।
