STORYMIRROR

Kunja Bihari Dalai

Others

3  

Kunja Bihari Dalai

Others

ଆସନ

ଆସନ

1 min
145

ଏମିତି ବି ଝିଅ ଅଛନ୍ତି ସଂସାରେ

ବାଛନ୍ତି ଅନ୍ୟର ଖୁଣ 

ବୋହୂ ହେଲାପରେ ଶାଶୁ ଭଲ ନୁହେଁ

ଭାଷନ୍ତି ଶାଶୁର ଗୁଣ।


ହେଲାପରେ ଶାଶୁ ଭାଗ୍ୟକୁ ନିନ୍ଦନ୍ତି

ମିଳିଛି ଏମିତି ବୋହୂ 

ନଣନ୍ଦ ପୁଣି ସେ ହୁଏ ଯେବେ କା'ର

ଭାଉଜ ଉପରେ ଦାଉ।


ଭାଉଜ ଆସନ ମିଳିଗଲେ କହେ

ନଣନ୍ଦ ଅଣ୍ଡରୀଚଣ୍ଡୀ 

ଭାଷେ ବଡଯାଆ ଆସନରେ ଥିଲେ

ସାନଟି ମୁଖୁରା ଖଣ୍ଡି।


ସାନ'ଯା ଆସନେ ଥାଇ କହୁଥାଏ

ବଡଟି ଅତ୍ୟନ୍ତ ଗର୍ବୀ 

ସବୁ ଯେବେ ଭଲ ମିଳିଯାଏ କହେ

ଆମ ଚାକରାଣୀ ଲୋଭୀ।


ଶେଷକୁ ରହିଲେ ସ୍ୱାମୀଦେବ ଯାହା

କାହାକୁ ମିଳିନି ଭଲ 

ଏମିତିକା ଝିଅ ଦେଖାଇ ହୁଅନ୍ତି

ମନ ତାଙ୍କ ନିରିମଳ।



Rate this content
Log in