ଆସନ
ଆସନ
1 min
153
ଏମିତି ବି ଝିଅ ଅଛନ୍ତି ସଂସାରେ
ବାଛନ୍ତି ଅନ୍ୟର ଖୁଣ
ବୋହୂ ହେଲାପରେ ଶାଶୁ ଭଲ ନୁହେଁ
ଭାଷନ୍ତି ଶାଶୁର ଗୁଣ।
ହେଲାପରେ ଶାଶୁ ଭାଗ୍ୟକୁ ନିନ୍ଦନ୍ତି
ମିଳିଛି ଏମିତି ବୋହୂ
ନଣନ୍ଦ ପୁଣି ସେ ହୁଏ ଯେବେ କା'ର
ଭାଉଜ ଉପରେ ଦାଉ।
ଭାଉଜ ଆସନ ମିଳିଗଲେ କହେ
ନଣନ୍ଦ ଅଣ୍ଡରୀଚଣ୍ଡୀ
ଭାଷେ ବଡଯାଆ ଆସନରେ ଥିଲେ
ସାନଟି ମୁଖୁରା ଖଣ୍ଡି।
ସାନ'ଯା ଆସନେ ଥାଇ କହୁଥାଏ
ବଡଟି ଅତ୍ୟନ୍ତ ଗର୍ବୀ
ସବୁ ଯେବେ ଭଲ ମିଳିଯାଏ କହେ
ଆମ ଚାକରାଣୀ ଲୋଭୀ।
ଶେଷକୁ ରହିଲେ ସ୍ୱାମୀଦେବ ଯାହା
କାହାକୁ ମିଳିନି ଭଲ
ଏମିତିକା ଝିଅ ଦେଖାଇ ହୁଅନ୍ତି
ମନ ତାଙ୍କ ନିରିମଳ।
