STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ଆସିପାରିବିନି

ଆସିପାରିବିନି

1 min
167

ମୁଖ ନିସୃତଃ କବି – ସନ୍ଥ କବୀର ଦାସ

ଅନୁବାଦ - Dr Subas Chandra Rout

ଆସି ପାରିବିନି ତୁମ ପାଖକୁ, ଡାକି ପାରିବିନି ହେଳେ,

ହୃଦୟ ମୋର ରହି ଏକାକୀ, ବିରହ ଅଗ୍ନିରେ ଜଳେ ।

ଦେହ ଜାଳିବି, ପାଉଁଶ ହେବ, ଧୁଆଁ ଯିବ ଆକାଶକୁ,

ରାମଙ୍କ ମନେ ଦୟା ଆସିଲେ, ଲିଭେଇ ଦେବେ ଅଗ୍ନିକୁ ।

ତନୁକୁ ଜାଳି କାଳି କରି ମୁଁ. ଲେଖିବି ରାମଙ୍କ ନାମ,

ଅସ୍ଥିରେ ମୋର କଲମ ହେବ, ଚିଠି ଯିବ ରାମ ଧାମ ।

ଏହି ତନୁକୁ ଦୀପ କରିବି, ସଳିତା ହେବ ମୋ ପ୍ରାଣ,

ମୋ ଲହୁ ଜଳି ଆଲୁଅ ହେବ, ଦେଖିବି ପ୍ରଭୁଙ୍କୁ ଜାଣ ।

ବିରହ ଜ୍ୱାଳା ନିର୍ବାଣ କର, ଅଥବା ଦର୍ଶନ ଦିଅ,

ଆଠ ପ୍ରହର ଏହି ଯନ୍ତ୍ରଣା, ମୋ ପାଇଁ ହୁଏ ଅସହ୍ୟ ।


Rate this content
Log in