STORYMIRROR

Kishore Nayak

Others Children

3  

Kishore Nayak

Others Children

ଆସିଛି ଶରତ

ଆସିଛି ଶରତ

1 min
258


ବରଷା କାଳ ଏବେ ଗଲା 

ଶରତ ଋତୁ ପ୍ରକାଶିଲା ll

ଗହୀର ବିଲ ପାଟ ମଣ୍ଡି 

ଫୁଟିଲାଣି ଯେ କାଶତଣ୍ଡୀ ll

ଆକାଶ ଦିଶଇ ନିର୍ମଳ 

ସ୍ୱଚ୍ଛ ଦିଶଇ ନଦୀ ଜଳ ll

ନଦୀରେ ଫୁଟଇ କୁମୁଦ 

ଆକାଶେ ଲୁଚଇ ବାରିଦ ll

ପୂର୍ଣ୍ଣିମା କଲେ ଆଗମନ 

ଆକାଶେ ଉଏଁ ତୋଫା ଜହ୍ନ ll

ମୃଦୁ ମଳୟ ଯାଏ ବହି 

ସୁନ୍ଦର ଦିଶଇ ଯେ ମହୀ ll

ଦେଖି ସବୁଜ ଧାନ କ୍ଷେତ 

ଚଷା ପୁଅ ଯେ ଗାଏ ଗୀତ ll

ଗ୍ରାମ ପଥ ଯେ ନଦୀ ଧାର 

ସବୁଠି କାଶର ସମ୍ଭାର ll

ମନରେ ଭରଇ ପୁଲକ 

ଭାବୁକ ପଲ୍ଲୀର ଯୁବକ ll

ପାର୍ବଣ ଋତୁ ନାମେ ଖ୍ୟାତ 

ନାମ ଯେ ଅଟଇ ଶରତ ll

କାଶ ଫୁଲରେ ବାର୍ତ୍ତା ନେଇ 

ଧରାକୁ ଆସଇ ଓହ୍ଲାଇ ll

ଆସିବେ ଜଗତ ଜନନୀ 

ଜୟ ମା' ଦୁର୍ଗତି ନାଶିନୀ ll

ଦୁର୍ଗା ନାମରେ ସେ ଯେ ଖ୍ୟାତ 

ସେ ନାମ ଜଗତେ ବିଦିତ ll

ଏ ପର୍ବ ଅଟେ ଶାରଦୀୟ 

ହରଇ ଦୁଃଖ ଶୋକ ଭୟ ll

ପୁଲକେ ବିଭୋର ଜଗତ 

ଦେଖ ରେ ଆସିଛି ଶରତ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍