Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Others

3  

Madhusmita Prusty

Others

ଆସିଛି ରଜ

ଆସିଛି ରଜ

1 min
151



ବରଷକ ପରେ ଆସିଛି ରଜ

କାହାରି ମନରେ ନାହିଁ ସରାଗ

ବନସ୍ତରେ ଆଉ ଡାକୁନି ଗଜ

ଉଜୁଡି ଗଲାଣି ସବୁ ମଉଜ ।


ଫିକା ଫିକା ଲାଗେ ପର୍ବ ପର୍ବାଣି

ମହାମାରୀ କୋପ ଦେଲା ଉଜାଡ଼ି

ଗାଁ ତୋଟାମାଳେ ଦୋଳି ଆସର

ଯମୁ ନାହିଁ ଆଉ ତାଆସ,କବାଡ଼ି ।


ଘର ଘର ବୁଲି ରଜ ପାଳିବା

ପିଠା,ମିଠା ମିଶି ସୁଖେ ଖାଇବା

ହଜିଗଲା ସେଇ ପୁରୁଣା ଦିନ

ସେବେର ସରାଗ ନାହିଁ ଏସନ ।


ଦୁଇ ବର୍ଷ ହେଲା ବନ୍ଦୀ ଜୀବନ

ମୁଖେ ତୁଣ୍ଡି ପୁଣି ଲକଡାଉନ

ଘରୁ ବାହାରକୁ ଯିବାକୁଯେ ମନା

ସୁସ୍ଥ ରଖିବାକୁ ଆମ ଜୀବନ ।


ଘରେ ରହି ଆମେ ପାଳିବା ରଜ

ମନ ଖୁସିକରି ହୋଇବା ସଜ,

ବାହାରକୁ ଗୋଡ଼ କାଢ଼ିବା ନାହିଁ

ତୁଚ୍ଛାକୁ ବିପଦ ବରିବା କାହିଁ ।


Rate this content
Log in