ଆସିଛି ହୋଲି
ଆସିଛି ହୋଲି
1 min
106
ଆସିଛି ହୋଲି ରଙ୍ଗ ରଙ୍ଗେଲି
ବରଷକୁ ଥରେ ଫଗୁଣେ ଝୁଲି।
ସବୁଜ ଗୋଲାପି ହଳଦୀ ନାଲି
ନାନା ରଙ୍ଗର ଯେ ପସରା ମେଲି ।
ରାଗ ହିଂସା ଦ୍ୱେଷ ଯିବା ତ ଭୁଲି
ଆନନ୍ଦେ ଅବିର ହୋଇବା ବୋଳି।
ସାତ ରଙ୍ଗେ ରଙ୍ଗ ଏ ଝିଲିମିଲି
ହସ ଖିଲି ଖିଲି ମନ ଚଗଲି।
ଆ'ଲୋ ମିତଣି ଆ'ଲୋ ଚାଲି
ଆମ ସାଙ୍ଗସାଥୀ ପଡିଶା ବୁଲି।
ଭାବରେ ଭାବରେ ରଙ୍ଗ ମାଖିଲି
ପ୍ରବାସୀ ବନ୍ଧୁରେ ଶୁଭେଛା ଦେଲି।
