STORYMIRROR

Pritipriya Mohanty

Others

2  

Pritipriya Mohanty

Others

ଆସିଛି ଦୀପାବଳୀ

ଆସିଛି ଦୀପାବଳୀ

1 min
13.7K


ହସ ଖୁସିର ଦିନଟି କେହି

କରିବା ନାହିଁ କଳି,

ଆଲୋକର ପରବ ଆଜି

ଆସିଛି ଦୀପାବଳୀ।

ତାଳ ଫୋଟକା,ଝୁରୁଝୁରିଆ

ବାଣ ଭଳିକି ଭଳି,

ସତରକରେ ଫୁଟଉଥିବା

ଆସିଛି ଦୀପାବଳୀ।

ଝଲସି ଯିବ ଆଲୋକରେ

ଗାଁଆ ସହର ଗଳି,

ଅନ୍ଧାରକୁ କରିବା ଦୂର

ଆସିଛି ଦୀପାବଳୀ।

ଅତି ସରାଗେ ବାଢିବା ପିଣ୍ଡ

କାଉଁରିଆକୁ ଜାଳି,

ଅନ୍ୟାୟକୁ ଦୂରେଇ ଦେବା

ଆସିଛି ଦୀପାବଳୀ।

ଅନ୍ଧାରେ ଆସ ବଡ଼ବଡୁଆ

ଡାକିବା ହୋଇ ମେଳି।

ଅମୃତ ଦୃଷ୍ଟିରେ ଚାହିଁଥାଅ

ଆସିଛି ଦୀପାବଳୀ।

ସେନେହ ଶ୍ରଦ୍ଧା ଦେବା ସଭିଙ୍କୁ

ଭୁଲିବା ମାଡ଼ ଗାଳି,

ମିଠା କଥାରେ କିଣିବା ମନ

ଆସିଛି ଦୀପାବଳୀ।

ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷୟିତ୍ରୀ

ମୟୂରଝାଲିଆ,ରଣପୁର

ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍