STORYMIRROR

pranati Mahapatra

Others

3  

pranati Mahapatra

Others

ଆସିଛି ବୁଲି ମୋ ଛୋଟ ଗାଆଁକୁ

ଆସିଛି ବୁଲି ମୋ ଛୋଟ ଗାଆଁକୁ

1 min
433


ମୋ ଛୋଟ ଗାଆଁକୁ ବୁଲି ଶୀତ ମାଉସୀ ଆସିଛି,

ତା କଅଁଳ ପରଶ ସଭିଙ୍କୁ ଛୁଇଁ ଛୁଇଁ ଯାଉଛି।


ମୋ ଛୋଟ...


ଥିରିଥିରି ହେମାଳକୁ ସୁଲସୁଲିଆ ବାଆ ରେ,

ସୁନେଲି ଓଢ଼ଣା ତଳେ ରୂପ ମନୋହରେ,

ସୁରୁଜମୁଖୀ ଗେଣ୍ଡୁରେ ଶରୀର ସଜାଇଛି।


ମୋ ଛୋଟ...


କ୍ଷେତ ବାଡ଼ି ବଗିଚାରେ ଫଳପରିବା ସମ୍ଭାର,

ଚାଷୀ ଭାଇ ମନେ ପୁଣି କେତେ ଆଶା ସଞ୍ଚାର,

ମୋ ଗାଆଁର ନଈ ଧାର ପାଦ ତା ପଖାଳୁଛି।


ମୋ ଛୋଟ...


କମଳ ଭିତରୁ ପଦାକୁ ବାହାରିବାକୁ ଇଚ୍ଛା ହୁଏ ନାହିଁ,

ମାଆ ତାଗିଦାରେ ସକାଳୁ ସକାଳୁ ବସୁ ଧୂନି ଜାଳିଦେଇ,

ପାଠ ପଢିବସୁ ଆନନ୍ଦ ମନରେ ରାତି ପୋଡ଼ପିଠା ଖାଇକି।


ମୋ ଛୋଟ...


ବଡ଼ଦିନ ବକୁଳ ଅମାବାସ୍ୟା ଧନୁଯାତ୍ରା ପୋଙ୍ଗଲ,

ଶାମ୍ବଦଶମୀ ଶ୍ରୀପଞ୍ଚମୀ ଭରେ ଭକ୍ତି ରସ ଛଳଛଳ,

କେତେ ହସଖୁସି ପସରାକୁ ଧରି ହସି ହସି ସେ ବାଣ୍ଟୁଛି।


ମୋ ଛୋଟ ଗାଆଁକୁ ବୁଲି ଶୀତମାଉସୀ ଆସିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍