STORYMIRROR

Barsha Swain

Others

4  

Barsha Swain

Others

ଆସିଛି ବର୍ଷା

ଆସିଛି ବର୍ଷା

1 min
314

 

ଗ୍ରୀଷ୍ମ ଅନ୍ତେ ପୁଣି ଆଜି ଆସିଛି ବର୍ଷା 

ପୃଥିବୀ ବାସୀଙ୍କ ଗଭୀର ଆଶା

ମେଘମାଳ ସୁଶୋଭିତ ସାରା ଅମ୍ବର

ପୁଷ୍ପମାଳା ଯେହ୍ନେ ଇନ୍ଦ୍ରଧନୁ ସମ୍ଭାର। 

ଜଳପ୍ରାପ୍ତି ଆଶେ ଡାକେ ମଣ୍ଡୁକ 

ମହାଉଲ୍ଲାସ ମନେ ଡାକେ ଡାହୁକ 

ଲଙ୍ଗଳ ଉତଫୁଲ୍ଲିତ କ୍ଷେତ ମଧ୍ୟରେ

ପାଣି କାବୁ କାବୁ ଶୁଭେ ନଉକା ତୁଲେ। 

କଳାମେଘମାଳ ଦେଖି ମୟୂର ନୃତେ

ଚପଳା ଖେଳେ ପୁଣି ଆକାଶ ଦେଶେ

ଘଡଘଡ ନାଦେ ମହୀ ପ୍ରକମ୍ପେ

ଆଲୋକ ମାଳ ତା ଗର୍ଭେ ଝଲସେ ।

କ୍ରମେ ଦୂର କରି ଗ୍ରୀଷ୍ମ କଷଣ

ପ୍ରାଣେ ଭରିଦିଏ ମିଠା ବର୍ଷଣ

ଖେଳଇ ଜଳ ପୁଣି ଓଳି ତଳେ

ବୁଦ୍ ବୁଦା ଫୋଟକା ତାମଧ୍ୟେ ଖେଳେ ।

ପୋଖରୀ ନଦୀ ହ୍ରଦ ଜଳ ପୂରିତ

ବୈଶାଖ ରୌଦ୍ରତାପ ହେଲା ଦୂରିତ

ବ୍ରହ୍ମାଣ୍ଡେ ତୁ ଅଟୁ ମଙ୍ଗଳକାରୀ

ପାଳଇ ଜଗତକୁ ସନ୍ତାନ ପରି। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍