STORYMIRROR

Bunee Tripathy

Others

3  

Bunee Tripathy

Others

ଆସିବନି ଫେରି

ଆସିବନି ଫେରି

1 min
153

ଗତକାଲି ଯାହା ବିତିଯାଇଅଛି

ନଥାଏ କାହାର ହାତ

ଝରିଝରି ଆମେ ଝରିଯିବା ସିନା

ଆସିବକି ଫେରି ସତ।


ଫୁଟିଗଲା ଫୁଲ ହୁଏ ନାହିଁ କଢି

ଥରେ ଯାହା ଘଟିଯାଏ

ବୋହିଗଲା ପାଣି ଫେରିଆସେ ନାହିଁ

ବିହି ଯାହା ଲେଖିଥାଏ।


ଦୁଃଖ ପରେ ସୁଖ ଆସିବ ବୋଲିତ

ମନରେ ରଖିବ ଆସ

ଦୁନିଆଁ ଦାଣ୍ଡରେ ଛିଡାହେବା ପାଇଁ

ସପନରେ ହୁଅ ବସ।


ବିତି ଯାଇଥିବା ସେହି ମୂହୁର୍ତ୍ତକୁ

ସ୍ମୃତିର ଅକ୍ଷରେ ଲେଖ

ବାରବାର ସିଏ ଜଳି ଉଠୁଥିବ

ହୃଦୟ ଫରଦେ ଦେଖ।


ଅତୀତ ଆମର ପୋଡା ଅଙ୍ଗାର ତ

ଦେଇଥିଲା ଯେତେ ଦୁଃଖ

ପଥର ଚଟାଣେ ଫୁଟାଇବା ଫୁଲ

ଏକକୁ ଆରେକ ସୁଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍