STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଆସିବ ରଜନୀ

ଆସିବ ରଜନୀ

1 min
264


ରାତି ଯାଉଥିଲା ନଇଁ

ରବି ଆସୁଥିଲା ଉଇଁ

ଆସିବ ଆସିବ ହେଉଛି ରଜନୀ

ରହିଛି ଦୂରରେ ଚାହିଁ।


ପକ୍ଷୀ ଉଡେ କିଳି କିଳି

କାକଳି ତ ଭଳି ଭଳି

ଉଛୁଳାଇ ଦିଏ କୋଳାହଳ କରି

ବିହଙ୍ଗରେ ଯେତେ ମେଳି


ମୁକୁଟ ପୁରଟ ପିନ୍ଧି

ଧରଣୀ ଧରିଛି ବାନ୍ଧି

କୂଳ ଭୁଆଶୁଣୀ ଗାଧେଇ ଗଲେଣି

ଆସିବେ ସେ ଲୁଗା ପିନ୍ଧି।


କୋକିଳର ତାନ ଶୁଭେ

ସୁଗମ ସଙ୍ଗୀତ ଲାଗେ

କେତେ ଟୁନା ମୁନା ନିଦ ଛାଡୁ ଛାଡୁ

ମାଆ କୋଳ ପୁଣି ଖୋଜେ


ଆସିଲାଣି ପ୍ରାତ ଏବେ

ଚଷାଭାଇ ବିଲ ଯିବେ

ଧରଣୀ ମାତାକୁ ଧରିଥିଵେ ହାତେ

କେତେ ରଙ୍ଗ ପୁଣି ଦେବେ।


ସହରେ ପଶିଛି ଶୀତ

ଡରି ଡରି ଆସେ ପ୍ରାତ

କହୁଛି ରହିଥା ଆସୁଛି ମୁଁ ଏବେ

କହିବାକୁ ସୁପ୍ରଭାତ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍