STORYMIRROR

Arjuni charan Behera

Others Children

4  

Arjuni charan Behera

Others Children

ଆସିଅଛି ଆଜି ନୂଆବରଷ

ଆସିଅଛି ଆଜି ନୂଆବରଷ

1 min
222


ଆସିଅଛି ଆଜି ଆସିଛି ପିଲେ 

     ନୂଆ ବରଷ l

ଲାଗିଅଛି କେତେ ଉତ୍ସବ ମହା 

     ହର୍ଷ ଉଲ୍ଲାସ ll

କେତେ ରଙ୍ଗେ ବାଜା ବାଜୁଛି 

   ଫୁଟି ବାଣ କମାଣ l

ଯାଗା ଯାଗା ତୋଳା ଶୋଭଇ 

  କେତେ ଭବ୍ୟ ତୋରଣ l

ମହା ମହୋତ୍ସବ ଲାଗିଛି କେତେ 

     ହେଉଛି ଭୋଜି l

ସଭାମାନ କେତେ ଚାଲିଛି ଚାଲି 

     ବକ୍ତୃତା ବାଜି ll

ନୂଆ ବର୍ଷ ପୁଣି କାଲିକୁ ପିଲେ 

     ପୁରୁଣା ହେବ l

ନୂଆ ବର୍ଷ ପୁରୁଣା ହୋଇ ପୁଣି 

     ନୂଆ ଆସିବ ll

କାଳ ବୋହି ବୋହି ଚାଲିଛି ତାର 

     ଗତି ଅଶ୍ରାନ୍ତ l

ସର୍ବ ଗ୍ରାସୀ କାଳ କବଳେ ସର୍ଵ 

     ହୁଏ ସମାପ୍ତ ll

କଥାଟିଏ କହୁଁ ବାଳକେ ମୋର 

     ବୋଲ କରିବ l

ପୁରୁଣାର ଯେତେ ଭ୍ରାନ୍ତିକୁ ସବୁ 

    ସୁଧାରି ନେବ ll

ନୂଆ ପାଇଁ ତୁମ୍ଭେ କରିବ ମନେ 

     ନୂଆ ସଂକଳ୍ପ l

ସଂକଳ୍ପରୁ ସିଦ୍ଧି ନିଶ୍ଚୟ ଶାସ୍ତ୍ରେ 

      ନାହିଁ ବିକଳ୍ପ ll

ଗୁରୁ ଗୁରୁଜନେ ସେବିବ ଧାତା 

     ସୃଷ୍ଟି କାରଣ l

ଆଗୁସାର ହେବ କର୍ମରେ ଧ୍ୟାୟି

     ବିଭୁ ଚରଣ ll

  ସର୍ଵ ଗୁଣାଗାର ଈଶ୍ୱର 

    କରୁଣାର ସାଗର l

ଜଗଜ୍ଜିତା ହେବ ବାଳକେ ଲଭି 

      ବିନ୍ଦୁ ମାତର ll

   


Rate this content
Log in