ଆଶୀର୍ବାଦ
ଆଶୀର୍ବାଦ
କବିତା ମୋର ଏଥିପାଇଁ ସମ୍ପୂର୍ଣ୍ଣ ନୁହେଁ
କି ମୁଁ ନାମକରଣ କରିପାରେନି,
ସମ୍ପର୍କ ମୋର ଏଥିପାଇଁ ସୁଦୃଢ଼ ନୁହେଁ
କି ମୁଁ ଯତ୍ନ ନେଇ ପାରେନି
ଭାବ ମୋର ଏଥିପାଇଁ ତୃପ୍ତ ନୁହେଁ
କି ମୁଁ ଭୟ ଛାଡ଼ି ପାରେନି
ଆଳାପ ମୋର ଏଥିପାଇଁ ଉତ୍କୃଷ୍ଟ ନୁହେଁ
କି ମୋତେ ବାର୍ତ୍ତାରେ ଶବ୍ଦ ଖେଳ ଆସେନି ,
ପରିସ୍ଥିତି ମୋର ଏଥିପାଇଁ ଆୟତ ନୁହେଁ
କି ମୋ ପ୍ରକୃତି କୁ ସଞ୍ଜମତା ଜଣାନାହିଁ,
ମନ ମୋର ଏଥିପାଇଁ ସ୍ଥିର ନୁହେଁ
କି ମୁଁ କଳ୍ପନା କୁ ଛାଡି ପାରୁନି
ତଥାପି,
ଅଯୋଗ୍ୟ ପାଲଟେ ଅକ୍ଷମତା
ମୋ ନକରାତ୍ମକତା କୁ ଭର୍ତ୍ସନା କରିବାପାଇଁ
ନିରୁପାୟ ହୁଏ ସମୟ ସବୁ
ମୋ ସ୍ଥିତି କୁ ବିପଥଗାମୀ କରିବା ପାଇଁ
ଲେଖନୀ ହୁଏ ଅସ୍ତ୍ର ଏଠି
ମୋ ଉକ୍ତି ର ଯଥାର୍ଥ ପ୍ରତିପାଦନ ପାଇଁ
ସେ ସୃଷ୍ଟି କର୍ତ୍ତା ଙ୍କ ସୃଷ୍ଟି ମୁଁ ପା
ମୋ ଜୀବନ ସୁରକ୍ଷିତ ତାଙ୍କ ଆଶୀର୍ବାଦ ପାଇଁ।
