STORYMIRROR

Debasis Ray

Others

3  

Debasis Ray

Others

ଆଶୀର୍ବାଦ

ଆଶୀର୍ବାଦ

1 min
514


ପିଲାମାନେ ମୋ କଥା ମାନିବ ନିଶ୍ଚୟ

ଜୀବନରେ କେବେ କରନାହିଁ ସମୟ ଅପଚୟ

ଥରେ ଗଲେ ସିଏ ନଫେରଇ ଆଉ

ସୁଚିନ୍ତନ ରେ ସମୟ ସଦାବେଳେ ଯାଉ

ସଜ୍ଜନ ହେଲେ ସୁକର୍ମ ସଦା ହେବ ଜାତ

ଜୀବନ ରେ ପୁଣ୍ୟକର୍ମ କରିବ ନିଶ୍ଚିତ

ଶ୍ରଦ୍ଧା ସଦଭାବ ହେଉ ସଦାବେଳେ ଧେୟ

ମୋର ଏ କଥାକୁ କେବେ ନକରିବ ହେୟ

ଶୀର୍ଷ ରେ ପହଂଚିବାକୁ ଜାରି ରଖ ପ୍ରୟାସ

ମିଳିମିଶି କରିପାରିବ ସମାଜର ପୁର୍ନବିନ୍ୟାଶ

ଦେଶ ଜାତି ପାଇଁ ଉଦାହରଣ ହେବ

ସୁକର୍ମ ବଳରେ ନାମ ଯଶ ରଖିଯିବ

ଚଲାପଥ ହେଉ ତବ ସଦା କୁସୁମିତ

ଭଗବାନ ତୁମମାନଙ୍କୁ ଦିଅନ୍ତୁ ଆୟୁଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍