STORYMIRROR

Ramani Kanta Sahu

Children Stories

4  

Ramani Kanta Sahu

Children Stories

ଆସହୋ କଲାକାନ୍ହୁ,

ଆସହୋ କଲାକାନ୍ହୁ,

1 min
374


ଆସହୋ କଲାକାନ୍ହୁ, , ବଏଁଶୀ ତମର୍ ଧରି

ବଏଁଶୀ ର୍ ସୁରେ ପ୍ରେମ୍ ଭାବ୍ ନା ଦିଅ ଭରି। 


ଦ୍ବାପର୍ ଯୁଗେ ପୁତ୍ ନା କେ ମାରି 

ଉଁଚା ହେଇଥିଲା ତମର୍ ଶିରୀ

କଲିଯୁଗର୍ ପୁତ୍ ନା ମାନ୍ କୁ କେ ପାର୍ ବା ମାରି? 

ଆସହୋ କଲାକାନ୍ହୁ, ଚକ୍ର ତମର୍ ଧରି। 


ଧରମ୍ ଥାପ୍ ନା କରିଥିଲ ତମେ, କଂସ କେ ମାରି

ଆଜିର୍ ମୁନୁଷ୍ ଅଧରମ୍ ର ବାଟ୍ କେ ନେଇଛେ ବାରି

ଆସହୋ କଲାକାନ୍ହୁ, ବଏଁଶୀ ତମର୍ ଧରି। 


ବନ୍ଧୁଭାବ୍ ଶିଖେଇଥିଲ ତମେ 

ସୁଦାମା କେ ବନ୍ଧୁ କରି

ଆଜିର୍ ଦୁନିଆଁ ଥି ଅନ୍ ଲାଇନ୍ ବନ୍ଧୁ ବେଶି, ପାସେ କେହି ନାହିଁ

ଆସହୋ କଲାକାନ୍ହୁ, ବଏଁଶୀ ତମର୍ ଧରି। 


କଲା ମେଘ୍ ଦେଖ୍ ଲେ ରାଧା ଖୁସ୍ ହଉଥିଲେ

ପ୍ରେମ୍ ଭାବ୍ ନା ମନେ ଭରି

କଲିଯୁଗେ ଆଉ ନାଇଁନ ସେ ପ୍ରେମ୍, ଭାବ୍ ଟା ଗଲାନ ମରି

ଆସହୋ କଲାକାନ୍ହୁ, ବଏଁଶୀ ତମର୍ ଧରି। 


ଆସହୋ କଲାକାନ୍ହୁ, ବଏଁଶୀ ତମର୍ ଧରି

ବଏଁଶୀର୍ ସୁରେ, ପ୍ରେମ୍ ଭାବ୍ ନା ଦିଅ ଭରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍