STORYMIRROR

Sunita Barik

Others

3  

Sunita Barik

Others

ଆଶ୍ବସ୍ତି

ଆଶ୍ବସ୍ତି

1 min
413

ଏଇ ତ ବେଶ୍ କିଛି ଦିନ ହେଲା

ମୁଁ ନିରଵି ଯାଇଛି ଯେମିତି

ନିଜ ଭାବନା ଓ ଭାବପ୍ରବଣତାରେ

ବୁଡି ରହି କିଛି ଗୋଟାଏ

ଖୋଜି ଚାଲିଛି ଅହରହ

ମୋ ନିଜ ଭିତରେ

ହେଲେ କଣ ଖୋଜୁଛି ମୁଁ !

ଅନ୍ୟମନସ୍କତାରେ ବି

ଆପେଆପେ ଚାଲିଯାଏ

ଝର୍କା ପାଖକୁ ଏକ ଆକର୍ଷଣୀୟ

ଶକ୍ତିର ପ୍ରଭାବରେ

ଝର୍କା ସେପାଖରେ ବସିଥିବା

ସେ ଟିକି ଚଢ଼େଇଟି

ସେମିତି ବସିଥାଏ ଦିନ ରାତି

ସତେ ଯେମିତି ତା ଘରର

ଠିକଣା ଇଏ

ହେଲେ ତା ନିରୀହ ଚାହାଣୀ

ମୋତେ କିଛି କହିବ କହିବ ହେଉଥାଏ

ହେଲେ କଣ କହିବାକୁ ଚାହେଁ

ସେ ମୋତେ

ଧିରେ ଧିରେ ତା ମନର ଭାଷାକୁ

ଵୁଝାପଡିଲା ମତେ

ଟିକି ଚଢ଼େଇର ମାଆ ବୋଧେ

ଛାଡି ଚାଲିଯାଇଛି ତାକୁ

ସେ ଖୋଜୁଛି ଟିକେ

ସ୍ନେହ ଓ ଅନୁରାଗର ରେଣୁ

ମୁଁ ଝର୍କା ଖୋଲି ଡାକିଲି ତାକୁ

ମୋ ଭାଷାରେ

ସତରେ ସବୁ ଵୁଝିନେଲା ଭଳି

ଟିକି ଡେଣା ଝାଡି

ଆସି ବସିଗଲା ମୋ ହାତ ପାପୁଲିରେ

ତାକୁ ସ୍ନେହର ପରଶ ଦେଲି

ତା ମଥାପରେ

ସେ ତାର ଖୁସି ଜାହିର କଲା

ତାର କୁନିଥଣ୍ଟକୁ ମୋ ହାତରେ ନେଶି

ଓଃ କି ଆଶ୍ବସ୍ତି ଲାଗୁଛି ଏବେ

ସେ ନୀରବତାରୁ

ଲାଗୁଛି ସତେ ଯେମିତି

ବହୁଦିନର ବ୍ୟତିବ୍ୟସ୍ତତା ସବୁ

ଛୁ ହୋଇ ଗଲା

ସେଇ ମୁହୂର୍ତ୍ତରୁ......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍