STORYMIRROR

Shashanka sekhar Ray

Others

2  

Shashanka sekhar Ray

Others

ଆଶା

ଆଶା

1 min
1.9K



ଶଶାଙ୍କ ଶେଖର ରାୟ


ଜୀବନ ନିଦାଘେ ମରିଚିକା ତୁମେ

କ୍ଲାନ୍ତ ତୃଷାର୍ତ୍ତ ପଥିକଟିଏ ମୁଁ

ଜଳର ସନ୍ଧାନେ ଚାଲିଛି ଧାଇଁ

ପ୍ରତୀକ୍ଷାର ଅନ୍ତ ନାହିଁ ମୋ ଭିତରେ

ଭାବନାର ଢେଉ ମଥାପିଟେ ମୋ ଉପକୂଳେ

ଆଖିରେ କାମନାର ଜୁଆର ମାଡେ

ଚାଲିଥାଏ ଏକାଏକା ମୁଁ ନିରବେ

ସୁଖଦୁଃଖ ଯନ୍ତ୍ରଣାର ବୋଝ ଲଦି ପିଠିରେ ।

ନାହିଁ ତୁମର ସୀମା ସରହଦ

କେତେବେଳେ ଅବା କେଉଁ ରୂପ

ପୃଥିବୀରୁ ଜହ୍ନରାଇଜ

ଉଡିବୁଲ ବସି ମନର ଅଶ୍ଵରେ

ଶେଷ ନିଃଶ୍ଵାସ ଥିବା ଯାଏଁ

କରୁଥାଅ ମାନସ ମନ୍ଥନ ଅମୃତ ସନ୍ଧାନେ

ଜୀବନ ଯୁଦ୍ଧେ ଅପରାଜିତ ନାୟକ ମୁଁ

ତୁମେ ଥିଲେ ସଦା ମୋ ପାଖରେ ।

ମୋ - ୭୩୭୭୧୯୭୯୯୯


Rate this content
Log in