STORYMIRROR

subrat kumar jena

Others

3  

subrat kumar jena

Others

ଆଶା

ଆଶା

1 min
5.6K


ଆଶା
ଆରମ୍ଭ ହୁଏ ସେଇ ଦିନରୁ
ଯେତେ ବେଳେ ହୁଏ ମନ ଓ ଆତ୍ମାର ମିଳନ
ସେ ପବିତ୍ର ହେଉ କି ପାପର
ସବୁରି ଥାଏ ଗୋଟିଏ ଆଶା
ସେ ତ କାହାର ଭରସା,କାହାର ପେଶା,କାହାର ନିଶା,
ଆଶା ଭରସା ର କଥା କୁ ନେଇ ରଚିତ
ମୋ ଜୀବନ ଗ୍ରନ୍ଥ
ଏଥିରେ ସଂଯୋଜିତ ହୋଇଛି
ମୋର ପ୍ରତି ଟି ଦିନର ଘଟଣା ବଳି
ପୃଷ୍ଟା ପରେ ପୃଷ୍ଟା ହୋଇ
କିଛି ଅଦୃଶ୍ୟ କାଳିରେ
କେତେ ହୋଇଛି ବୋଳା ବୋଳି
କେତେ ବେଳେ ରୋମାଞ୍ଚିତ ହୋଇଛି
କିଛି ନୂତନତ୍ବ କୁ ନେଇ
କେତେ ବେଳେ ମ୍ରିୟମାଣ କାହାର ଆଘାତରେ
କାଳେ ଚିରିଯିବ,କାଳେ ଉଇ ଲାଗିଯିବ
ସେଥି ଲାଗି ମୁଁ ସାଇତି ଛି ଅତି ଯତ୍ନରେ
ମୋ ବୋଉର ଭଙ୍ଗା ଟିଣ ବାକ୍ସ ଭିତରେ
ଯାହା ମନେ ପକାଉ ଥିବ ମୋତେ
ମୋ ଅନୁପସ୍ଥିତିରେ
ଏ ଦୁନିଆରୁ ମୁଁ ଅବସର ନେଲାପରେ
ମୋ ଆପଣା ଜନରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍