Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

3  

Shiba Charan Mahapatra

Others

ଆଶା

ଆଶା

1 min
190



ମହଣେ ଆଶା ର ଅଭିସାରିକା ରେ
ବୁଡିବାକୁ ହୁଏ ଅଭିସନ୍ଧି ରଚି..
ଦ୍ୱନ୍ଦ ର ଦ୍ଵାର ଦେଶେ ସଫଳତା କଇଁ
ମୁହଁ ମୋଡି ଦେଇ ଯାଏ ଘୁଞ୍ଚିଘୁଞ୍ଚି..
ଓଫ୍ ...
କେତେ ନାଟ ଆଉ କେତେ ହାଟ ତୁମ ପାଇଁ ..
ବାସ୍.. ଏତିକି
ଏଇ ଟିକିଏ ଆଶା ରେ
ଫୁଲ ମନେ ଲାଗେ ନିଆଁ..
ପ୍ରତିଦ୍ୱନ୍ଦିତା ର ବଖରା ବାଣ୍ଟେ
ଦି ଓଳି ର ଏ ଛଳନା ଦୁନିଆ..
ଆଲୋକ ର ଝୋଟିଚିତ୍ର ଦେହରେ
ଭିଡ ଭିତର ର ଶୂନ୍ୟତା ଦିଏ ଚୁମ୍ବନ ଛୁଆଁ ..
କେବଳ ହା ହତାଶ ଆଉ ଲୁଣି ପାଣି ଝାଳୁଆ ଗନ୍ଧ ରେ
ବଢା ହୁଏ କାମନା ର ସୁଶୀତଳ ଆହା..
'ଆଶା'
କେବେ ଆଙ୍କାକ୍ଷା ର ଭଗ୍ନ ଶୀଳା ଦେହେ
କୋଣାର୍କ ର ଚାରୁକଳା ମୁହଁ..
କେବେ ଅଙ୍ଗାରେ ଲିଭା ନିହଣ ମୁନ ର
ବେଦରଦି ଛାତି କୋହ..
'ଆଶା'
କେବେ ବେଳାଭୂମି ଓଠେ ତପ୍ତ ବାଲି ରେ
ନିସ୍ତେଜ ଆଖିର ଲୁହ..
କେବେ ପ୍ରଜାପତି ଡେଣା ଆୟୁଷ ମଲାଟେ
ପ୍ରାପ୍ତି ର ଅଛିଣ୍ଡା ମୋହ..
ଆଶା' ଶୀଖର ପାବଚ ର ଏରୁଣ୍ଡିବନ୍ଧ
ଆଶା' ହା-ହତାଶ ର ମିଶାଣ ଫେଡାଣ ଦ୍ୱନ୍ଦ
ଆଶା' ନରମ ମନରେ ଶୀତଳ ଜହ୍ନ ର ଜ୍ୱୋସ୍ନା
ଆଶା' ଫଗୁଣ ଆକାଶେ ଅବିର ରଙ୍ଗର ଭୁରୁଭୁରୁ ମିଠା ବାସ୍ନା
ଆଶା' ବୈଶାଖି ମାଟିରେ କନକନ ଷୋଡଶୀ ବର୍ଷା
ଆଶା' କେବେ ଦିଗ ବଦଳେଇ ଭରିଦିଏ ମୃଗତୃଷା
ତଥାପି...
ଚାଲିବାକୁ ତ ହେବ ବାଟ ବହୁ ଦୂର
ଯେବେ ଯାଏଁ
ଠିକଣା ଅଜଣା ଅଛି ଆଶା ନୀଳ ଲଫାପା ର...


×-×-×-(ସମାପ୍ତ)-×-×-×




Rate this content
Log in