STORYMIRROR

Alaka Dash

Others

3  

Alaka Dash

Others

ଆଶା ଆଶଙ୍କାର

ଆଶା ଆଶଙ୍କାର

1 min
217

ସାଉଁଟି ନେବାକୁ ଜହ୍ନରୁ ଜୋଛନା 

ଆକାଶରୁ ତାରାଫୁଲ, 

ମୃଗରୁ କସ୍ତୁରୀ, 

ବିଶାଳ ପୃଥିବୀରୁ ଚିମୁଟାଏ ମାଟି, 

ମଧୁମତ୍ତl, ସ୍ୱପ୍ନରେ ବିଭୋର ମନ 

ଚଳ ଚଞ୍ଚଳ ହୋଇ ଗାଇ ଉଠେ, 

ଉତ୍ସୁକତାର ଉଦ୍ଦାମ ସଙ୍ଗୀତ, 

କ୍ଲାନ୍ତ ଅପରାହ୍ନ ବି 

ଗୁଞ୍ଜରି ଉଠେ ଗୁଣୁ ଗୁଣୁ 

ମୟୂରୀ ନୃତ୍ୟ କରେ 

ଅଦୃଶ୍ୟ ମେଘାବଲୋକନେ 

ପ୍ରଗଳ୍ଭ ସମୟର ଚକ 

ବେସୁରା କରେ ଜୀବନ ସଂଗୀତ, 

ବୋହିଯାଏ ଉଜାଣି ଯମୁନା, 

ଜୀବନ ଫଗୁଣେ ଫୁଟିଥିବା 

ରକ୍ତ ଗୋଲାପ ଝରିପଡ଼େ, 

ଜୀବନ ଓ ସମୟ ସଙ୍ଘର୍ଷେ 

ସ୍ୱର୍ଣ୍ଣିମ ସ୍ଵାକ୍ଷର ଲିଭିଯାଏ 

ଟୋପା ଟୋପା ନିରବ ଅଶ୍ରୁରେ, 

କୁହୁଳା ସ୍ମୃତିର ଫରୁଆ ଖୋଲିଯାଏ, 

ମନ୍ଦୁରିତ ମେଘରୁ ଝରି ପଡ଼େ 

ଟପ ଟପ ବର୍ଷା, 

ଅନିତ୍ୟ ସଂସାର, କ୍ଷଣ ଭଙ୍ଗୁର ଜୀବନ 

ବିଶ୍ୱାସ ଅବିଶ୍ୱାସର ପାଲା 

ଆଶଙ୍କା ସନ୍ଦେହର ତୀବ୍ର ମଶାଲରେ 

ଝଲମଲ ହୋଇ ଉଠେ, 

ଅସହାୟ ବିବଶତାର ମହଲ 

ବଞ୍ଚିବାର ପଥ ସବୁ 

ରୁଦ୍ଧ ହୋଇ ଯାଏ, 

ଆଶା ସବୁ ହୁଏ ବାଟବଣା, 

ଭୁଲ ହୋଇଯାଏ ଜୀବନ ଠିକଣା, 

ଚହଲା ଢେଉରେ, ଦଦରା ନାଆ ପରି,

ବଞ୍ଚିବାର ମିଛ ବାହାନା ସବୁ 

ଛଟପଟ କରନ୍ତି, 

ଚାପି ରଖି ଶୀତଳ 

କୋହର ଝଡ଼କୁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍