ଆସ ସ୍କୁଲ୍ ଯିବା
ଆସ ସ୍କୁଲ୍ ଯିବା
ଆସ ଆମେ ସ୍କୁଲ୍ ଯିବା ସାଙ୍ଗସାଥୀ ହୋଇରେ,
ସ୍କୁଲ୍ ବେଳ ହୋଇଲାଣି ଡେରିକର ନାହିଁରେ ।
ପ୍ରାର୍ଥନା ପୂର୍ବରୁ ଯଦି ପହଞ୍ଚିବା ସଅଳ,
ଖେଳ ଆମ ଜମିଯିବ ନଥିବଟି ଗହଳ ।
ଦୋଳି ଖେଳ ଭାରିମଜା ବସିଗଲେ ସେଥିରେ,
ଲାଗିବ ସତେ ଉଡୁଛି ପବନର ସାଥୀରେ ।
ଉଠାପକା ଖେଳଟାତ ଭାରିମଜା ଲାଗିବ,
ସାଙ୍ଗସଙ୍ଗେ ସେ ଖେଳଟା ଜମାଣିଆ ହୋଇବ ।
ଲୁଚାଲୁଚି ଖେଳମଜା କହିଲେ ନ ସରଇ,
ଚୋରପୋଲିସ ଖେଳତ ତାଠାରୁ ବି ବଳଇ ।
ପିଲାପାଇଁ ଯେତେ ମଜା ସବୁଅଛି ସେଇଠି,
ଏତେ ସୁଖ ଦୁନିଆରେ ନାହିଁ ଆଉ କେଉଁଠି ।
ସାଙ୍ଗସାଥୀମେଳ ସହ ଶିକ୍ଷକଙ୍କ ତାଗିଦା,
ସବୁଥିରେ ଥାଏ ମଜା ନିଆରା ସେ କାଇଦା ।
ଖେଳ ସହ ଆମେସେଠି ପାଠ ବସି ପଢ଼ିବା,
ପାଠପଢ଼ି ନିଜେନିଜ ଜୀବନକୁ ଗଢ଼ିବା ।
ଜୀବନର ସାଥୀପାଠ ରାହାସିଏ ଦେଖାଏ,
ଏତେବଡ ଦୁନିଆରେ ବଞ୍ଚିବାକୁ ଶିଖାଏ ।
କିନ୍ତୁହାଏ ଦୁଃଖ ଆମ ସ୍କୁଲ୍ ଏବେ ଖୋଲୁନି,
କରୋନାରେ ଘରେରହି ବୋର ଆମେ ହେଲୁଣି ।
ଠାକୁରଙ୍କୁଡାକୁ ଡାକୁ ଯାଉ ଶୀଘ୍ର ଏଇ କରୋନା,
ସ୍କୁଲ୍ ତାଲା ଖୋଲାଯାଉ ଆଉ ଡେରି କରନା ।
