STORYMIRROR

कार्त्तिक सेठी

Others Romance

3  

कार्त्तिक सेठी

Others Romance

ଆସ ପ୍ରିୟତମ

ଆସ ପ୍ରିୟତମ

1 min
154


କେଡ଼େ ମନୋହର ମନୁଆ ତୁମେ.

ଦେଖ ! କେବେ କଜ୍ଜ୍ଵଳ ରଙ୍ଗେ ଘନକୃଷ୍ଣ ତ,

କେବେ ନୀଳାଭ ତୁମେ ବ୍ରଜେଶ୍ଵରୀଙ୍କ ଆଖିରୁ

କଜ୍ଜ୍ଳଳ ଚୋରାଇ ନେଇଛ ବୋଧେ

ଅବା ଅସୀମ ନୀଳ ଅମ୍ଵରରୁ

କା' ନେଇ ନୀଳ ପ୍ରେମିକ ସାଜିଛ...

ତୁମେ ସର୍ବାକର୍ଷକ ହେବାର କାରଣ

ପୁଣି କାର୍ଯ୍ୟ ତୁମର ଚିତ୍ତାକର୍ଷକ ହେବାର

କାରଣ ବୁଝି ହୁଏନା !! ବୁଝି ହୁଏନା...

କେଉଁଠି ଲୁଚିଛି ସେ କାରଣ 'ଜୟ ବିଜୟଙ୍କୁ

ଦେଇଥିବା ପ୍ରତିଶୃତିରେ ନା

ସୁତପା ଓ ପୃଷ୍ଣୀଙ୍କ ତପ ଆକର୍ଷଣରେ ...!!!

ତୁମ ଡୋର କେଉଁଠି ନାହିଁ କୁହ ପ୍ରିୟ !

ଦିବସର ପ୍ରଥମ ନୀରବତା ଭଙ୍ଗା

ପକ୍ଷୀ କୂଜନରେ ନାହିଁ

ନା ଶୂନ୍ୟତାର ବିରହରେ ନାହିଁ ...

ପରା,ଅପରା ଶକ୍ତିର ଖେଳ ଭିତରେ

ତୁମରି ସମ୍ମୋହନ ଦ୍ରବୀଭୂତ ହୃଦୟର

ନିତ୍ୟ ପ୍ରତିଧ୍ବନିତ ଅନାହତ ବଂଶୀସ୍ଵନ

ଶୁଣିପାରେ କେବଳ ପ୍ରେମୀଟିଏ

ଅତିଚେତନାର ବଳୟ ଭିତରେ

ତୁମେ ପ୍ରେମୀ ସହ କଥା ହୁଅ ମୌନୀ ଭାଷାରେ ...

ଜୀବାତ୍ମା ରାଧା ଓ ପରମାତ୍ମା କୃଷ୍ଣଙ୍କ

ମିଳନୀ ସଂଗୀତ ଖେଳିଯାଏ

ଦୂରରୁ ଦୂରକୁ ସଂଚରିଯାଏ

ବିଦ୍ୟା ଅବିଦ୍ୟାର ଲୁଚକାଳି ଖେଳ ଦେଖୁ ଦେଖୁ ।।

ସରସୀଟିଏ ସମ ସମଦର୍ଶୀ ପୁରୁଷ

ସୁରଭିତ ତତ୍ତ୍ୱପ୍ରଭାକୁ ଜ୍ଞାନ ସରୋବରର

ସରୋଜ ନାଡ଼ ପରି ଉଲ୍ଲାସରେ ଭକ୍ଷିଥାନ୍ତି ପ୍ରେମଭରେ....

ଆଃ...କି ଅମିୟ ତୁମ ଭାବ ସରୋବର !

ମଧୁରାଧିପତେଙ୍କ ମଧୁରାତିମଧୁରମ୍ ପ୍ରେମୀଜନ !!

ସ୍ତବ୍ଧ.. ହତବାକ୍ ..ନା ଆଗକୁ ନା ପଛକୁ

ସମୟ ରୋକିଯାଏ ..

ପ୍ରାଣାୟମର "କେବଲ କୁମ୍ଭକମ୍ "ର ବିସ୍ମୟରେ...

ହେ ପ୍ରିୟତମ ! ହେ ଆଦିଦେବ !!

ତୁମ ବିସ୍ମୟର ଅନ୍ତାକ୍ଷରୀକୁ ଚଳାଇ ରଖିଥାଅ

ପ୍ରେମର ସେଇ ଅକୁହା ଭାଷାରେ...

ମୋହନ ବଂଶୀର ଦିଗହଜା ସୁରରେ

"ଆତ୍ମା ରାଧା " ସଦା ପ୍ରତୀକ୍ଷିତ ତୁମ ସୃଜିତ

ସ୍ଵର୍ଗ ଓ ପ୍ରତିଟି ନର୍କରେ .....

କୋଳେଇ ନିଅ....ଆସ ପ୍ରିୟତମ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍