STORYMIRROR

Apalata Aruk

Others

3  

Apalata Aruk

Others

ଆସ ପ୍ରିୟ ଋତୁରାଜ

ଆସ ପ୍ରିୟ ଋତୁରାଜ

1 min
148


କୁଞ୍ଜରେ କୁଞ୍ଜରେ ଆଜି

ନାନାବିଧ ଫୁଲର ପାର୍ବଣ,

ଆସ ପ୍ରିୟ ଋତୁରାଜ

ତୁମକୁ ମୋ ସ୍ନିଗ୍ଧ ଆମନ୍ତ୍ରଣ ।


ତମେ ଆସ

ମହମହ ଫୁଲ ସୁବାସରେ,

ଆସ ପୁଣି

କୋରକିତ ଆମ୍ରକୁଞ୍ଜରେ ।


ଆସ ତମେ

କୋକିଳର ପଞ୍ଚମ ତାନରେ,

ଆସ ପୁଣି

ମଳୟର ମୃଦୁ ହିଲ୍ଲୋଳରେ ।


ଅପୂର୍ବ ରୂପ ସମ୍ଭାରରେ ଆସ

ଆସ ତମେ ସ୍ୱର୍ଗୀୟ ମାଧୁରୀରେ,

ପୁଷ୍ପିତ ପଳାଶ ବନରେ ଆସ

ଆସ ପୁଣି ରଙ୍ଗ ଅବିରରେ ।


ପ୍ରୀତିର ରଙ୍ଗରେ

ରଙ୍ଗେଇଦିଅ ସାରା ଭୂମଣ୍ଡଳ

ତମେ ଏମିତି

ଆସୁଥାଅ ନିରବଧି କାଳ ।


Rate this content
Log in