ଆସ ଫେରି ହେ ଅଟଳ
ଆସ ଫେରି ହେ ଅଟଳ
1 min
13.9K
ପ୍ରଣାମ କରୁଛି ଭକତି ଅନ୍ତରେ
ଆହେ କବି ରବି ବନ୍ଧୁ ଅଟଳ,
ସାରା ଆକାଶର ଜ୍ୟୋତିସ୍ମାନ ତୁମେ
ଭାରତ ମାଆର ଯୋଗ୍ୟ ସନ୍ତାନ।
ରହିରହି କାନ୍ଦେ ଜନନୀ ତୁମର
ବିଛେଦ ପାରୁନି ଭୁଲି,
କୋଟି କୋଟି ନର ଏହି ଭାରତର
କାନ୍ଦୁଛନ୍ତି ଲୁହ ଢାଳି।
ଆଉଥରେ ଆସ ଆମ ଗହଣକୁ ପୁଣି
ସେ ଅଟଳ ନାମେ,
ସୁନାର ଭାରତେ ସୁଶାସନ ଦେଇ
ବିତରି ଯାଅ ସୁକର୍ମେ।
ଅମଳିନ ଆଉ ଉଦାହରଣ ଯେ
ଆଜିର ଏ ମର୍ତ୍ତ ଧାମେ,
ନିଷ୍କଳଙ୍କ ପୁଣି ନିସ୍ଵାର୍ଥ ସେବାର
ସୁବ୍ୟକ୍ତିତ୍ୱ ଏକା ତୁମେ।
କୋଟିଏ ପ୍ରଣାମ ତବ ପାଦତଳେ
ଅମର ଆତ୍ମା ହେ ଘେନ,
ଫେରିବା ପଥକୁ ଚାହିଁ ବସିଅଛି
ଦେଖିବ ଆମ ନୟନ।
ପ୍ରଣତି ମହାପାତ୍ର
ବାଲେଶ୍ଵର
