STORYMIRROR

Pinku Ranbida

Others

3  

Pinku Ranbida

Others

ଆସ ମିଶିଯିମା

ଆସ ମିଶିଯିମା

1 min
220

ରଙ୍ଗ୍, ଭେଧ ,ଜାଏତ ,ପାଏତ୍

କେଭେ ନାଇଁ ଯାଏ କାଏଁ ସରି

ମୁନୁଷ୍ ମୁନୁଷ୍ ଭିତରେ 

ନାଇଁ ଆସେ କାଏଁ ଏକତା ଫିରି ।


ମୁନୁଷ୍ ମୁନୁଷ୍ ଭିତରେ ଲାଗସୁ ଝଗଡା଼

 ଜାଏତ୍ କେ ଆମର୍ ନେଇ

 ଯେନ୍ ଭଗବାନ୍ ଗଢିଛେ ଆମକୁ

ତାର୍ ଜାଏତ୍ ଗୁଟେ ଭାଇ ।


କେତି ଯୁଗ୍ ବିତଲେ ଆମେ ବୁଝମା

ଆମେ ସବେ ବହେନ୍, ଭାଇ,

କାଏ ହେଲା ଯେ ଆମେ ଫୁଟାନି ମାରସୁ

 ଜାଏତ୍ ଭିତିରେ ଗୁନ୍ଧୁଲେଇ ।


ଆମେ ସବେ ପାଏନ୍ ଫୁଟକା

ଘାଏକେ ଜିମା ରେ ମରି

କେବେ ବୁଝବା ମୁନୁଷ୍ ଜାଏତ୍

ଯମ୍ ସବକୁ ନେସି ଧରି।


ଜୀବନ୍ ମରନ୍ ସତ୍ ଆଏ ଇଠାନେ 

ବାକି ସବୁ ଲାଗସି ମିଛ୍,

ମୁନୁଷ୍ ,ମୁନୁଷ୍ ଭିତର ଭେଦ ଭାବ କରସୁ

 ମରନ୍ ନୁହେଁରେ ମିଛ୍।


ଆସ ମିଶିଯିମା ସବେ ଗୁଟେ ହେଇ

ସବୁ କିଛି କେ ଭୁଲି,

ଗୁଟେର୍ ମାଁ'ର୍ ଛୁଆ,ପିଲା ଲେଖେ

ରହେମା ଆସ ମିଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍