Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

4  

Bauribandhu Lenka

Others

ଆସ ମାତେ ଦୁର୍ଗତିନାଶିନୀ

ଆସ ମାତେ ଦୁର୍ଗତିନାଶିନୀ

1 min
207



ଅଶିଣ ଆକାଶେ ଶୋଭା ପାଏ ଆଜି   

ଚନ୍ଦ୍ର ସଙ୍ଗେ ତାରାଫୁଲ

ଧରାବକ୍ଷେ  ଆଜି  ବହୁଅଛି  ମନ୍ଦ 

ମନ୍ଦ ସମୀର ଶୀତଳ ॥


ଶୁଭ୍ର କାଶଫୁଲେ ସଜେଇ ହୋଇଛି

ଆଜି ଏ ଧରଣୀ ରାଣୀ

ଜଳେ କ୍ରୀଡାରତା ମରାଳ ଯୁଗଳ

ପ୍ରସ୍ଫୁଟିତ କୁମୁଦିନୀ ॥


ତୁମ ଧରା  ଅବତରଣ  ପାଇଁକି

ଆଗୋ ମା ସିଂହବାହିନୀ

ଉତ୍କଣ୍ଠିତା ଏହି ଚାରୁ ଶୋଭାମୟୀ

ପ୍ରକୃତି ସହ ଧରଣୀ ॥


ଆସ ମାତ ତୁମେ ବିପତ୍ତି ଅନ୍ଧାରେ

ଉଜ୍ୱଳ ବର୍ତ୍ତିକା ହୋଇ

ଆସ ମାତ ତୁମେ ଦୁଃଖର ସାଗରେ

ଖୁସିର ସାମ୍ଭାର ନେଇ ॥


ଆସ ମାତ ତୁମେ ସୁହାଗିନୀ ନାରୀ

ସୀମନ୍ତ ସିନ୍ଦୂର ହୋଇ 

ଆସ ମାତ ତୁମେ ସବୁ ସଂପର୍କରେ 

ପ୍ରେମର ଦ୍ୟୋତକ ହୋଇ ॥


ବସନ୍ତର ପୁଷ୍ପ  ସମ୍ଭାର ହୋଇ ମା

ଆସ ଏ ଶରତ ଲଗ୍ନେ

ଫଗୁଣର ରଙ୍ଗ  ଭରିଦିଅ ମାତେ

ସମସ୍ତଙ୍କ ତନୁମନେ ॥


ସବୁରି ମନର  ଅଭିଳାଷେ ମାତ

ପୂର୍ଣ୍ଣତା ଦିଅ ଭରି

ଶିଥିଳ ଶରୀରେ  ଉଷୁମ ରକ୍ତର

ପ୍ରବାହ ଆସୁ ଫେରି ॥


ତୁମେ ଗତି ମୁକ୍ତି   ସକଳ ଶକତି

ମହିମା ତୁମ ଅପାର

ଆସ ଅବତରି  ଏ ଧରଣୀ ବକ୍ଷେ

ସର୍ବ ଦୁଃଖ କର ଦୂର ॥

    


Rate this content
Log in